କରୋନା ଯୁଦ୍ଧ ପାଇଁ ମୁମ୍ବାଇରେ ସ୍ବତନ୍ତ୍ର ଅଟୋ ରିକ୍ସା

ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ମୁମ୍ବାଇରେ ଏକ ସ୍ବତନ୍ତ୍ର ଅଟୋରିକ୍ସା ଚଲାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅଟୋରିକ୍ସାରେ ଅକ୍ସିଜେନ୍‌ ମଧ୍ୟ ରଖାଯାଇଛି। ବସ୍ତି ଅଞ୍ଚଳରେ ଥିବା କରୋନା ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ ଏହି ଅଟୋରିକ୍ସା ସହାୟକ ହେବ। କଂଗ୍ରେସ ନେତା ତଥା ପୂର୍ବତନ ଟେଲିକମ୍‌ ମନ୍ତ୍ରୀ ମିଲିନ୍ଦ ଦେବଡ଼ା ନିଜ ଟ୍ବିଟରରେ ଏହି ସ୍ବତନ୍ତ୍ର ଅଟୋ ରିକ୍ସାର ଏକ ଭିଡିଓ ଶେୟାର କରିଛନ୍ତି। ଏଥିସହ ସେ ଲେଖିଛନ୍ତି, ମହାରାଷ୍ଟ୍ରର ବସ୍ତି ଅଞ୍ଚଳଗୁଡିକରେ ଥିବା ଡାକ୍ତରଖାନାକୁ ଯିବା ପାଇଁ ଏହି ଅଟୋରିକ୍ସା ସହାୟକ ହେବ। ଏହି ଅଟୋ ରିକ୍ସା ମୁମ୍ବାଇ ମ୍ୟୁନିସିପାଲଟି କର୍ପୋରେଶନ ଏବଂ ବିଏମ୍‌ସିକୁ ହସ୍ତାନ୍ତର କରାଯିବ ବୋଲି ସେ ଜଣାଇଛନ୍ତି।

Share