ଟ୍ରେଣ୍ଡ୍‌ସ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ‘ଖୁସିର ପର୍ବ’

ଭୁବନେଶ୍ୱର,୨୭।୯: ରିଲାଏନ୍ସ ରିଟେଲ୍‌ର ପ୍ରମୁଖ ବ୍ରାଣ୍ଡ୍‌ ଟ୍ରେଣ୍ଡ୍‌ସ ପକ୍ଷରୁ ଚଳିତ ବର୍ଷର ପାର୍ବଣ ପାଇଁ ଗ୍ରାହକଙ୍କମାନଙ୍କ ଲାଗି ଏକ ସ୍ବତନ୍ତ୍ର ଅଭିଯାନ ‘ଖୁସିର ପର୍ବ’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ କରିବା ଓ ଗ୍ରାହକଙ୍କୁ ସପିଙ୍ଗ୍‌ ଉପରେ ଉନ୍ନତ ଅନୁଭୂତି ଦେବା ଲାଗି ସ୍ବତନ୍ତ୍ର ଅଫର ଅଧିନରେ ଗ୍ରାହକମାନେ ୩୪୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ସପିଙ୍ଗ କଲେ ୧୯୯ଟଙ୍କାରେ ଏକ ଆକର୍ଷଣୀୟ ଉପହାର ଏବଂ ୩୦୦୦ଟଙ୍କା ମୂଲ୍ୟର କୁପନ୍‌ ପାଇପାରିବେ। ସେହିଭଳି ଏସ୍‌ବିଆଇ ଡେବିଟ୍‌ କାର୍ଡ ବ୍ୟବହାରକାରୀମାନେ ସର୍ବନିମ୍ନ ୩,୯୯୯ ଟଙ୍କାର ସପିଙ୍ଗ କରି ୫% ରିହାତି ମଧ୍ୟ ପାଇପାରିବେ ଏବଂ ଏଥିରେ ସର୍ବାଧିକ ୫୦୦ ଟଙ୍କାର ରିହାତି ମିଳିବ। ଏସବିଆଇ କାର୍ଡ ସହିତ ଏହି ଅଫର ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୈଧ ରହିବ। ଏହି ସ୍ବତନ୍ତ୍ର ଅଭିଯାନରେ ଟ୍ରେଣ୍ଡ୍‌ସ ପକ୍ଷରୁ ଗ୍ରାହକମାନଙ୍କୁ ନିଜର ପୂଜା ଲୁକ୍‌ ସେଲ୍‌ଫି କିମ୍ବା ପୂଜା ଉତ୍ସବ ପାଳନର ଭିଡିଓ-ରିଲ୍‌ସ ପଠାଇବାକୁ ଆହ୍ବାନ କରାଯାଇଛି। ଏଥିରେ ଅଂଶଗ୍ରହଣ କରିବା ପାଇଁ ଗ୍ରାହକମାନେ ୯୮୫୩୦୩୫୧୦୪ ହ୍ବାଟସ୍‌ଆପ୍‌ ନମ୍ବର କିମ୍ବା ଏହାର ଓ୍ବେବସାଇଟ ଜରିଆରେ ନିଜର ପୂଜା ଲୁକ୍‌ ସେଲ୍‌ଫି କିମ୍ବା ପୂଜା ଉତ୍ସବ ପାଳନର ଭିଡିଓ-ସେଲ୍‌ଫି ଅପ୍‌ଲୋଡ୍‌ କରିପାରିବେ। ଗ୍ରାହକମାନେ ପୂଜା ଲୁକ୍‌ ସେଲ୍‌ଫି ଓ ଭିଡିଓ- ରିଲ୍‌ସକୁ ନିଜ ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ହାସ୍‌ଟ୍ୟାଗ୍‌ ‘ଟ୍ରେଣ୍ଡ୍‌ସ ଖୁସିର ପର୍ବ’ ଲେଖି ପୋଷ୍ଟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ

ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍‌...

ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ନୀତା

ମୁମ୍ବାଇ,୨୬।୧୨: ରିଲାଏନ୍ସ ଗ୍ରୁପ୍‌ର ସାମାଜିକ ପ୍ରତିଷ୍ଠାନ ତଥା ରିଲାଏନ୍ସ ଫାଉଣ୍ଡେଶନର ଚେୟାରମ୍ୟାନ୍‌ ନୀତା ଏମ୍‌ ଅମ୍ବାନୀ ୨ ଦିନିଆ ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ବୋଲି...

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍‌ ପୋଷ୍ଟ’ ସେବା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା...

ଅକ୍ଟୋବରରେ ୯.୨୮ ବିଲିୟନ ଡଲାର କାରବାର

ଭୁବନେଶ୍ୱର,୨୫ା୧୨, (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅକ୍ଟୋବରରେ ସ୍ପଟ୍‌ ବୈଦେଶିକ ମୁଦ୍ରାବଜାରରେ ୯.୨୮ ବିଲିୟନ ଡଲାର ବିକ୍ରି କରିଛି। ମଙ୍ଗଳବାର ଆର୍‌ବିଆଇ ପକ୍ଷରୁ...

ପଞ୍ଚଟାଭାକୁ ଆଚିଭର୍ସ ଆଓ୍ବାଡର୍‌ସ

ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଲ୍ଲୀର ଅଗ୍ରଣୀ ଆଡ୍‌ ଏଜେନ୍ସି ପଞ୍ଚଟାଭା ଆଡଭର୍ଟାଇଜିଂକୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ଆଚିଭର୍ସ ଆଓ୍ବାର୍ଡ’...

ବିଓଏମ୍‌ର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୫।୧୨ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର(ବିଓଏମ୍‌) ର ନୂତନ ଶାଖା ନିକଟରେ କଟକ ନିକଟସ୍ଥ ଗୋପାଳପୁରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଅର୍ଥ ବିଭାଗର...

ପପ୍‌କର୍ନରେ ଜିଏସ୍‌ଟିକୁ ନେଇ ବିବାଦ

ନୂଆଦିଲ୍ଲୀ,୨୪ା୧୨:ଦେଶରେ ପପ୍‌କର୍ନ ଉପରେ ନୂଆ ଟିକସକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏବେ ବିଭିନ୍ନ ଫ୍ଲେଭରର ପପ୍‌କର୍ନ ଉପରେ ଭିନ୍ନଭିନ୍ନ ଜିଏସ୍‌ଟି ଲାଗୁ ହୋଇଛି। ସାଦା...

ଡିପିଆର୍‌ ବିକଶିତ କରିବ ସିପିସିଏଲ୍‌

ଭୁବନେଶ୍ୱର,୨୪।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସମନ୍ବିତ ଭିତ୍ତିଭୂମି ପରାମର୍ଶଦାତା କ୍ଷେତ୍ରରେ ଅଗ୍ରଣୀ କମ୍ପାନୀ ଚୈତନ୍ୟ ପ୍ରୋଜେକ୍ଟସ କନ୍‌ସଲଟାନ୍ସି ଲିମିଟେଡ (ସିପିସିଏଲ୍‌) କୁ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri