ଲାଲଚାନ୍ଦ୍‌ ଫାଉଣ୍ଡେଶନର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର, ୬।୧୦:ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଲାଲଚାନ୍ଦ ଗ୍ରୁପ୍‌ର ସାମାଜିକ ପ୍ରତିଷ୍ଠାନ ଲାଲଚାନ୍ଦ୍‌ ଫାଉଣ୍ଡେଶନ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ କରାଯାଇଛି। ଉଲ୍ଲେଖଯୋଗ୍ୟ, ଭାରତର ଯକ୍ଷ୍ମା ବିରୋଧୀ ଲଢ଼େଇରେ ଲାଲଚାନ୍ଦ୍‌ ଫାଉଣ୍ଡେଶନ ଟ୍ରଷ୍ଟ୍‌ ଯୋଗଦେଇ ‘ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ’ (ପିଏମ୍‌ଟିବିଏମ୍‌ଏ) ଅଧୀନରେ ଏକ ଉତ୍ସର୍ଗୀକୃତ ‘ନି-କ୍ଷୟ ମିତ୍ର’ ହୋଇପାରିଛି। ୨୦୨୨ ସେପ୍ଟେମ୍ବର ୯ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ମାନବଭିତ୍ତିିକ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି, ସାମାଜିକ ସଙ୍ଗଠନ ଏବଂ ବିଭିନ୍ନ ଟ୍ରଷ୍ଟ୍‌ଙ୍କ ସହଭାଗିତାରେ ୨୦୨୫ ସୁଦ୍ଧା ସମଗ୍ର ଦେଶରୁ ଯକ୍ଷ୍ମା ଦୂରକରିବା। ସୂଚନାଯୋଗ୍ୟ, ୨୦୨୨ ଅକ୍ଟୋବର ୨୦ରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ନିମନ୍ତ୍ରଣ ମାଧ୍ୟମରେ ଲାଲଚାନ୍ଦ୍‌ ଫାଉଣ୍ଡେଶନ ଟ୍ରଷ୍ଟ୍‌ ଯକ୍ଷ୍ମା ବିରୋଧୀ ଲଢ଼େଇକୁ ଆବଶ୍ୟକ ସମର୍ଥନକରି ଅଂଶଗ୍ରହଣ ଆରମ୍ଭ କରିଥିଲା। ସେହିଭଳି ପିଏମ୍‌ଟିବିଏମ୍‌ଏର ଏସ୍‌ଓପି ଅନୁଯାୟୀ ଯକ୍ଷ୍ମା ରୋଗୀ, ବିଶେଷକରି ସମାଜର ଆର୍ଥିକ ଅନଗ୍ରସର ରୋଗୀଙ୍କ ନିମନ୍ତେ ଉପଯୁକ୍ତ ପୋଷଣ ସହାୟତା ଉପଲବ୍ଧ କରାଇବା ପାଇଁ ବିଏମ୍‌ସି ପକ୍ଷରୁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି। ଉକ୍ତ ଯୋଜନା ମୁତାବକ, ପ୍ରତ୍ୟେକ ଯକ୍ଷ୍ମା ରୋଗୀ ୬ମାସ ପାଇଁ ନିୟମିତ ଶସ୍ୟ, ଡାଲି, ରନ୍ଧନ ତେଲ, ଦୁଗ୍ଧ ପାଉଡର ଏବଂ ଅନ୍ୟାନ୍ୟ ସୁଷମ ଆହାର ଗ୍ରହଣ କରୁଛନ୍ତି। ଅପରପକ୍ଷରେ ଲାଲଚାନ୍ଦ୍‌ ଫାଉଣ୍ଡେଶନ ଟ୍ରଷ୍ଟ୍‌ ଭୁବନେଶ୍ୱରର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ୨୦୦ ଯକ୍ଷ୍ମା ରୋଗୀଙ୍କୁ ୬ମାସ ପାଇଁ ପୋଷ୍ୟ ଭାବେ ଗ୍ରହଣ କରି ଯକ୍ଷ୍ମା ବିରୋଧୀ ଲଢ଼େଇରେ ନିଜର ସମର୍ଥନ ଜଣାଇଛି। ବିଶେଷକରି ଯକ୍ଷ୍ମାରୋଗୀଙ୍କୁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ପ୍ରଦାନ କରିବା ପାଇଁ ବିଏମ୍‌ସି ଦ୍ୱାରା ନ୍ୟସ୍ତ ‘ଅପରେଶନ ଆଶା’ ନାମକ ଏକ ଏନ୍‌ଜିଓ ସଂସ୍ଥା ସହିତ ଲାଲଚାନ୍ଦ୍‌ ଫାଉଣ୍ଡେଶନ ଯୋଡ଼ିହୋଇଛି। ଏପରିକି ପିଏମ୍‌ଟିବିଏମ୍‌ଏ ଅଧୀନରେ‘ନି-କ୍ଷୟ ମିତ୍ର’ ଭାବେ ଲାଲଚାନ୍ଦ୍‌ ଫାଉଣ୍ଡେଶନ ଟ୍ରଷ୍ଟ୍‌ର ଯୋଗଦାନ ‘ଟିବି ହାରିବ,ଦେଶ ଜିତିବ’ ଅଭିଯାନ ବାର୍ତ୍ତାରେ ସ୍ବର ମିଶାଇ ଏକ ଉଦାହରଣ ପାଲଟିଛି। ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ‘ନି-କ୍ଷୟ ମିତ୍ର’ ଭାବେ ଲାଲଚାନ୍ଦ୍‌ ଫାଉଣ୍ଡେଶନ ଟ୍ରଷ୍ଟର ପଞ୍ଜୀକରଣକୁ ସ୍ବୀକାର କରିଛି ଏବଂ ଯକ୍ଷ୍ମା ବିରୋଧୀ ଦେଶର ଲଢ଼େଇରେ ଟ୍ରଷ୍ଟ୍‌ର ଯୋଗଦାନକୁ ପ୍ରଶଂସା କରିଛି। ଟିବିମୁକ୍ତ ଭାରତ ଉପରେ ସରକାରଙ୍କ ଦୃଷ୍ଟିକୋଣକୁ ସଫଳ କରିବାରେ ଲାଲଚାନ୍ଦ୍‌ ଫାଉଣ୍ଡେଶନ ଟ୍ରଷ୍ଟ୍‌ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri