ରେନୋ ଇଣ୍ଡିଆର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୩୦।୭: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ରେନୋ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ (ଆର୍‌ଆଇପିଏଲ୍‌)ର ସ୍ବତନ୍ତ୍ର ଅଭିଯାନ ‘ରେନୋ ଏକ୍ସପେରିଏନ୍ସ ଡେଜ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭାରତୀୟ ଗ୍ରାହକଙ୍କ ନିକଟତର ହେବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ଏକ ଅଗ୍ରଗାମୀ ଅଭିଯାନ ଆରମ୍ଭ ହୋଇଯାଇଛି। ଏହି ଅଭିଯାନ ଦେଶବ୍ୟାପୀ ହେବ ବୋଲି ଆକଳନ କରାଯାଉଛି। ଉଲ୍ଲେଖଯୋଗ୍ୟ, ଦେଶର ୨୬ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଞ୍ଚଳରେ କମ୍ପାନୀର ମୋଟ ୬୨୫ ଟଚ୍‌ ପଏଣ୍ଟ (ସ୍ଥାନ) ରେ ରେନୋର ଉପସ୍ଥିତି ରହିଛି। ଅପରପକ୍ଷରେ କମ୍ପାନୀର ୨ଟି ଅସାଧାରଣ ପଦକ୍ଷେପ ‘ଶୋରୁମ ଅନ୍‌ ହ୍ବିଲ୍ସ’ ଏବଂ ‘ୱାର୍କଶପ ଅନ୍‌ ହ୍ବିଲ୍ସ’ ଆରମ୍ଭ କରିବ। ଭାରତୀୟ ବଜାରରେ ଏଭଳି କାର୍ଯ୍ୟକଳାପର ସର୍ବପ୍ରଥମ ଆରମ୍ଭକୁ ଐତିହାସିକ ଅଭିଯାନ ଭାବେ ଚିହ୍ନିତ ସହ ଦେଶରେ ରେନୋ ପାଇଁ ଏହା ଏକ ଉଲ୍ଲେଖନୀୟ ପରିବର୍ତ୍ତନର ଆରମ୍ଭକୁ ସୂଚିତ କରିଛି। ଏ ସମ୍ପର୍କରେ ଆର୍‌ଆଇପିଏଲ୍‌ର ଉପାଧ୍ୟକ୍ଷ (ସେଲ୍‌ସ ମାର୍କେଟିଂ) ସୁଧୀର ମାଲହୋତ୍ରା କହିଛନ୍ତି, ଭାରତ ବଜାରରେ ‘ରେନୋ ଏକ୍ସପେରିଏନ୍ସ ଡେଜ୍‌’ ଅଭିଯାନ ଆରମ୍ଭକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆଶାଠାରୁ ଅଧିକ ଗ୍ରାହକକୈନ୍ଦ୍ରିକ ଅନୁଭୂତି ପାଇଁ ଆମର ଉସତ୍ର୍ଗତାକୁ ପ୍ରସ୍ତୁତି କରିଛୁ। ବିଶେଷକରି ‘ଶୋ’ ରୁମ ଅନ୍‌ ହ୍ବିଲ୍ସ’ ଏବଂ ‘ୱାର୍କଶପ ଅନ୍‌ ହ୍ବିଲ୍ସ’ ପଦକ୍ଷେପ ଦ୍ୱାରା ଆମେ ଭାରତର ଲୋକଙ୍କ ସହ ଆମର ସମ୍ପର୍କକୁ ଦୃଢ଼ୀଭୂତ କରି ପ୍ରତିବନ୍ଧକକୁ ଭାଙ୍ଗିବା ଏବଂ ଦେଶର କୋଣ ଅନୁକୋଣରେ ଗ୍ରାହକଙ୍କ ନିକଟରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଛୁ ା

Share