Categories: ବାଣିଜ୍ୟ

ଟିପିସିଓଡିଏଲର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୧୦।୭: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଓ ସୁରକ୍ଷା ପଦକ୍ଷେପ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ବର୍ଷର ମୌସୁମୀ ବର୍ଷା ପ୍ରସ୍ତୁତି ଅଭିଯାନର ଅଂଶ ସ୍ବରୂପ ବିଭିନ୍ନ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି ମୌସୁମୀ ଋତୁରେ ଗ୍ରାହକମାନଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ କମ୍ପାନି ଲକ୍ଷ୍ୟ ରଖିଥିବା ବେଳେ ଏହାର ଗ୍ରାହକ ଓ କର୍ମଚାରୀମାନଙ୍କ ପାଇଁ ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଉଛି। ସେହିଭଳି ସଚେତନ ଓ ଦାୟିତ୍ୱବାନ ଆଭିମୁଖ୍ୟ ଗ୍ରହଣ କରିବା ଲାଗି କମ୍ପାନି ପକ୍ଷରୁ ବିଦ୍ୟୁତ ଗ୍ରାହକମାନଙ୍କୁ ଆହ୍ବାନ ଦିଆଯାଇଛି। ମୌସୁମୀ ଋତୁରେ ଦେଖା ଦେଉଥିବା ବିଦ୍ୟୁତ ଜନିତ ଦୁର୍ଘଟଣାଗୁଡ଼ିକୁ ନଜରରେ ରଖି କମ୍ପାନି ପକ୍ଷରୁ କେତେକ ସରଳ ପ୍ରତିଷେଧମୂଳକ ପଦକ୍ଷେପ ଘୋଷଣା କରାଯାଇଛି, ଯାହା ଦ୍ୱାରା ଏହି ଋତୁରେ ବିଦ୍ୟୁତ ସୁରକ୍ଷା ସୁନିଶ୍ଚିତ ହୋଇପାରିବ। ପ୍ରତ୍ୟକ୍ଷ ଭାବେ ପହଚି ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ କରିବା ସହିତ ଶୀଘ୍ର ଯୋଗାଯୋଗ ପ୍ରଦାନ କରିବା ଲାଗି ଟିପିସିଓଡିଏଲ୍‌ ପକ୍ଷରୁ ଏହାର ଗ୍ରାହକ ସେବା କେନ୍ଦ୍ରରେ ଉନ୍ନତି ଅଣାଯାଇଛି ବୋଲି ଟିପିସିଓଡିଏଲ ପକ୍ଷରୁ କୁହାଯାଇଛି।

Share