Categories: ବାଣିଜ୍ୟ

ବେଦାନ୍ତ ଆଲୁମିନିୟମର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୨୪।୭ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ଅଭିଯାନ ‘ଆର୍ଟଶାଲା’ର ଶୁଭାରମ୍ଭ କରାଯାଇଛି। ବିଶେଷ କରି କମ୍ପାନୀର ଓଡ଼ିଶା ୟୁନିଟ ଝାରସୁଗୁଡା ପକ୍ଷରୁ ଉକ୍ତ ଅଭିଯାନକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଏପରିକି ଗ୍ରାମାଞ୍ଚଳସ୍ତରରେ ଶିକ୍ଷାର ବାତାବରଣ ପରିବର୍ତ୍ତନ ସହ ଆର୍ଟଶାଲା ଜରିଆରେ ଏକ ନିଆରା ସଚେତନତା ଉଭୟ କମ୍ପାନୀର କର୍ମଚାରୀ ଓ ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା ପରିଚାଳିତ କରାଯାଉଛି। ଉଲ୍ଲେଖଯୋଗ୍ୟ, କମ୍ପାନୀ ଝାରସୁଗୁଡାର ପୂର୍ଣ୍ଣା ଉଚ୍ଚ ପ୍ରାଥମିକ ସରକାରୀ ବିଦ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯେଉଁଠାରେ କମ୍ପାନୀର କର୍ମଚାରୀ ଓ ସ୍ବେଚ୍ଛାସେବୀମାନେ ଜୀବନ୍ତ ଶିଶୁ ଅନୁକୂଳ ଚିତ୍ର ଆଙ୍କିଥିଲେ ଏବଂ ବିଦ୍ୟାଳୟର କାନ୍ଥକୁ ପାରସ୍ପରିକ ଶିକ୍ଷଣ ସ୍ଥାନ ସୃଷ୍ଟି କରିବାରେ ସାହାଯ୍ୟ କରିଥିଲେ। ଏପରିକି ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ପାଇଁ ମଜାଳିଆ ତଥା ଆକର୍ଷଣୀୟ ଶିକ୍ଷଣ ସ୍ଥାନ ସୃଷ୍ଟି କରିବାକୁ ‘ଆର୍ଟଶାଲା’ ପଦକ୍ଷେପ ଲକ୍ଷ୍ୟ ରଖିଛି, ଯାହାକି କ୍ଲାସରେ ଉପସ୍ଥାନ ବଢାଇବାକୁ ଉତ୍ସାହିତ କରିବା ସହିତ ଜିଲାର ସାହିତ୍ୟ ହାର ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଛି। ଏଭଳି ଏକ ପଦକ୍ଷେପ ‘ବିଲ୍‌ଡିଙ୍ଗ ଏଜ୍‌ ଲର୍ନିଂ ଏଡ୍‌’ (ବାଲା) ର ଅଭିନବ ସଂକଳ୍ପରୁ ପ୍ରେରଣା ଆଣିବା ସହିତ ଯୁବସମାଜକୁ ପ୍ରେରଣା ଦେବା ପାଇଁ କଳାର ଶକ୍ତି ବ୍ୟବହାର କରୁଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଓଓ (ଆଲୁମିନିୟମ୍‌ ବ୍ୟବସାୟ) ସୁନୀଲ ଗୁପ୍ତା କହିଛନ୍ତି, କାରଖାନା ନିକଟବର୍ତ୍ତୀ ଅଞ୍ଚଳର ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ବାତାବରଣ ସୃଷ୍ଟି ପାଇଁ ଆର୍ଟଶାଲା ସହିତ ଆବଶ୍ୟକ ପ୍ରେରଣା ଯୋଗାଇବାକୁ ଲକ୍ଷ୍ୟ ରଖିଛୁ। ବିଶେଷ କରି କଳା ଏବଂ ଶିକ୍ଷାର ଏହି ଅନନ୍ୟ ମିଶ୍ରଣ ମାଧ୍ୟମରେ ଆମେ ଏକ ଭିନ୍ନ ପରିବେଶ ସୃଷ୍ଟି କରିବାକୁ ଚାହୁଁଛୁ, ଯେଉଁଠାରେ ସେମାନଙ୍କର ସୃଜନଶୀଳ ସାମର୍ଥ୍ୟରେ ବୃଦ୍ଧି ପାଇପାରିବ। ଏପରିକି ଆମର ଶିକ୍ଷା ପଦକ୍ଷେପ ସାକ୍ଷରତା ବିଭାଜନକୁ ଦୂର କରିବା ଏବଂ ଗୁଣାତ୍ମକ ଶିକ୍ଷା ପାଇଁ ସମ୍ପ୍ରଦାୟର ପ୍ରବେଶକୁ ସୁଦୃଢ କରିବା ପାଇଁ ଏହା ଉଦ୍ଦିଷ୍ଟ। ସେହିଭଳି ଅମ୍ବିକା ନାୟକ କହିଛନ୍ତି, ବେଦାନ୍ତ ଆଲୁମିନିୟମକୁ ସେମାନଙ୍କର ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ‘ଆର୍ଟଶାଲା’ ପାଇଁ ଆମେ ଧନ୍ୟବାଦ ଦେଉଛୁ, ଯାହା ମାଧ୍ୟମରେ ସେମାନେ ସମାଜରେ ଶିକ୍ଷା ପାଇଁ ଏକ ଆଦର୍ଶ ମାନଦଣ୍ଡ ସ୍ଥାପନ କରିଛନ୍ତି। ସହଭାଗୀ ଶିକ୍ଷଣ ସ୍ଥାନଗୁଡିକରେ କଳାକୁ ଅନ୍ତର୍ଭୁକ୍ତ କରି କମ୍ପାନୀ ଏକ ପ୍ରେରଣାଦାୟକ ପରିବେଶ ସୃଷ୍ଟି କରୁଛି।

 

Share