Categories: ଖେଳ

କୋହଲିଙ୍କ ଜନ୍ମଦିନ ପାଇଁ ଇଡନ ଗାର୍ଡେନ୍ସରେ ବିଶେଷ ପ୍ରସ୍ତୁତି

ନୂଆଦିଲ୍ଲୀ,୩୦।୧୦: ନଭେମ୍ବର ୫ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବ। କୋଲକାତାର ଇଡେନ ଗାର୍ଡେନ୍ସରେ ଉଭୟ ଦଳ ମୁହାଁମୁହିଁ ହେବେ। ଏଥି ସହିତ ଏହି ଦିନ ବିରାଟ କୋହଲି ତାଙ୍କର ୩୫ ତମ ଜନ୍ମଦିନ ପାଳନ କରିବେ। ବିରାଟ କୋହଲିଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବେଙ୍ଗଲ କ୍ରିକେଟ ଆସୋସିଏସନ ସ୍ବତନ୍ତ୍ର ବ୍ୟବସ୍ଥା କରିଛି। ଏହି ଦିନ ଷ୍ଟାଡିୟମରେ ବିରାଟ କୋହଲିଙ୍କ ମାସ୍କରେ ପ୍ରାୟ ୭୦ ହଜାର ପ୍ରଶଂସକ ନଜର ଆସିବେ। ଏହା ବ୍ୟତୀତ ଏକ ସ୍ବତନ୍ତ୍ର କେକ କଟାଯିବ। ବିରାଟ କୋହଲିଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ବେଙ୍ଗାଲୁରୁ କ୍ରିକେଟ ଆସୋସିଏସନ କୌଣସି କମି ରଖିବାକୁ ଚାହୁଁନାହିଁ।

ବିରାଟ କୋହଲିଙ୍କ ଜନ୍ମଦିନରେ ଇଡେନ ଗାର୍ଡେନ୍ସରେ ଏକ ଲେଜର ସୋ ଆୟୋଜିତ ହେବ। ଆହୁରି ମଧ୍ୟ ଅନେକ ବାଣ ଫୁଟାଯିବାର ବ୍ୟବସ୍ଥା କରାଯାଇଛି। ଏଥି ସହିତ ଏହି ଦିନ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ମ୍ୟାଚ ଖେଳାଯିବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୨ଟାରୁ ଆରମ୍ଭ ହେବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିରାଟ କୋହଲିଙ୍କୁ ବିଜୟ ଉପହାର ଦେବାକୁ ଚାହୁଁଛନ୍ତି। ବର୍ତ୍ତମାନ ପଏଣ୍ଟ ଟେବୁଲରେ ଭାରତୀୟ ଦଳ ଶୀର୍ଷରେ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଦଳ ୬ଟି ମ୍ୟାଚ ଖେଳିଛନ୍ତି, ରୋହିତ ଶର୍ମାଙ୍କ ଦଳ ସମସ୍ତ ମ୍ୟାଚରେ ବିରୋଧୀ ଦଳକୁ ପରାସ୍ତ କରିଛି। ଏହିପରି ଭାରତର ୧୨ପଏଣ୍ଟ ରହିଛି।

Share