Categories: ଜାତୀୟ

ଭାରତରେ କରୋନା ଟିକା ପାଇଁ କାର୍ଯ୍ୟକାରୀ ହେବ ଏହି ସ୍ବତନ୍ତ୍ର ଆପ୍‌: ନିଜକୁ କରିବାକୁ ହେବ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୮।୧୨: ଦେଶରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ କରୋନା ଟିକା। ଏଥି ପାଇଁ ସ୍ବତନ୍ତ୍ର ଆପ୍‌ କୋ-ଓ୍ବିନ୍‌ କାର୍ଯ୍ୟକାରୀ ହେବ। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। ଆପ୍‌ ଦ୍ୱାରା ଟିକା ପାଇଁ ଜଣେ ନିଜକୁ ରେଜିଷ୍ଟ୍ରେଶନ କରିପାରିବ। ଏହାଛଡ଼ା ଗୋଷ୍ଠୀଗତ ରେଜିଷ୍ଟ୍ରେଶନ ମଧ୍ୟ ଆପ୍‌ ଦ୍ୱାରା କରାଯାଇପାରିବ। ନିକଟରେ କେଉଁଠି ଟିକାକରଣ କେନ୍ଦ୍ର ରହିଛି ସେନେଇ ଆପ୍‌ରୁ ସୂଚନା ମିଳିବ। ଟିକା ସଂରକ୍ଷଣ,ପରିଚାଳନା ଆଦି ନେଇ ମଧ୍ୟ ଆପ୍‌ ଦ୍ୱାରା ସୂଚନା ମିଳିବ ବୋଲି ମଧ୍ୟ ସେ କହିଛନ୍ତି।

Share