ସ୍ପେଶାଲ ସଜବାଜ

ତେଲୁଗୁ ସିନେମାର ଅନ୍ୟତମ ପରିଚିତ ଅଭିନେତା ପ୍ରଭାସ। ଏବେ ତାଙ୍କୁ ନେଇ ଚର୍ଚ୍ଚା। କାରଣ ଖୁବ୍‌ ଶୀଘ୍ର ସେ ବଡ଼ ପରଦାରେ ଖାକି ପୋଷାକ ଗେଟ୍‌ଅପ୍‌ରେ ଦେଖିବାକୁ ମିଳିବେ। କଥା କ’ଣ କି ଏପରି ଏକ ଅଫର ପାଇବା ପରେ ସେ ନିଜକୁ ଏଥିପାଇଁ ପ୍ରସ୍ତୁତ କରିବା ଆରମ୍ଭ କରିଦେଲେଣି। ଏପରି ସ୍ପେଶାଲ ସଜବାଜ ସମ୍ପର୍କରେ ପ୍ରଭାସ କହନ୍ତି, ‘ସନ୍ଦୀପ ରେଡ୍ଡୀଙ୍କର ଏହି ଫିଲ୍ମର ଟାଇଟଲ ପ୍ରଥମେ ଥିଲା ‘ଭାଙ୍ଗା’। ଏବେ ତାହା ଚେଞ୍ଜ ହୋଇଛି ଏବଂ ନୂଆ ଶୀର୍ଷକ ରହିଛି ‘ସ୍ପିରିଟ୍‌’। ଏଥିରେ ମୁଁ ଜଣେ ପୋଲିସ ଅଫିସର ଭୂମିକାରେ ଅଭିନୟ କରୁଛି। ଯଦିଓ ପୂର୍ବରୁ କେତୋଟି ସିନେମାରେ ମୁଁ ଏପରି ରୋଲ୍‌ରେ ଆସିସାରିଛି। ହେଲେ ଏହି ନୂଆ ସିନେମାରେ ମୋତେ ମିଳିଥିବା ଭୂମିକାଟି ମୋ ପାଇଁ ଚ୍ୟାଲେଞ୍ଜ ପରି। ତେଣୁ ସେଥିପାଇଁ ପ୍ରିପାରେଶନ ଆରମ୍ଭ କରି ଦେଇଛି।’ ଖାସ୍‌, କଥା ହେଲା, ଏହି ଫିଲ୍ମଟି କେବଳ ତାମିଲ, ତେଲୁଗୁ, ମାଲାୟାଲମ, ହିନ୍ଦୀ ନୁହେଁ ଇଂଲିଶ ଭାଷାରେ ମଧ୍ୟ ନିର୍ମିତ ହେବ। ପ୍ରଭାସଙ୍କ ସମ୍ପୂର୍ଣ୍ଣ ନାମ କ’ଣ ଜାଣନ୍ତି ? ଭେଙ୍କଟ ସତ୍ୟନାରାୟଣ ପ୍ରଭାସ ରାଜୁ ଉପଲାପ୍ପଟି। ପାଠ ପଢ଼ିବା ସମୟରେ ହୋଟେଲିୟର ହେବାକୁ ଆଶା ରଖିଥିଲେ। ନିର୍ଦ୍ଦେଶକ ରାଜ କୁମାର ହିରାନୀଙ୍କର ସେ ହେଉଛନ୍ତି ଜଣେ ବଡ ପ୍ରଶଂସକ। ତାଙ୍କ ନିର୍ଦ୍ଦେଶିତ ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ ଏବଂ ‘ଥ୍ରୀ ଇଡିୟଟ୍‌ସ’କୁ ପ୍ରଭାସ ଅନେକ ଥର ଦେଖିଛନ୍ତି। ଏହି ତେଲୁଗୁ ଅଭିନେତାଙ୍କର ମନ ପସନ୍ଦର ଖାଦ୍ୟ ହେଲା ଚିକେନ୍‌ ବିରିୟାନୀ।

Share