Categories: ବାଣିଜ୍ୟ

ଖିମ୍‌ଜୀ ହୋଣ୍ଡାରେ ସ୍ବତନ୍ତ୍ର ଅନାବରଣ ଉତ୍ସବ

ଭୁବନେଶ୍ୱର,୨୮।୬ (ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ସାଇନ୍‌-୧୦୦ ସିସି ଏବଂ ହୋଣ୍ଡା ୟୁନିକର୍ନ-୧୬୦ ସିସି ମୋଟରସାଇକେଲକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏଚ୍‌ଏମ୍‌ଏସ୍‌ଆଇର ସ୍ବୀକୃତିପ୍ରାପ୍ତ ଡିଲର ଖିମ୍‌ଜୀ ହୋଣ୍ଡା ଭୁବନେଶ୍ୱର ପଟିଆ ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ହୋଣ୍ଡା ସାଇନ୍‌-୧୦୦ସିସି ଏବଂ ହୋଣ୍ଡା ୟୁନିକର୍ନ-୧୬୦ ସିସି ମୋଟରସାଇକେଲର ଅନାବରଣ କରାଯାଇଥିଲା। ଏହି ଅବସରରେ ଏଚ୍‌ଏମ୍‌ଏସ୍‌ଆଇର ଜୋନାଲ ମ୍ୟାନେଜର ସେଲ୍‌ସ ରାଜେଶ ଚୌଧ୍‌ରୀ,ଜୋନାଲ ମ୍ୟାନେଜର ସର୍ଭିସ୍‌ ଶିବ୍‌ ପ୍ରତାପ ସିଂଙ୍କ ସମେତ ଖିମ୍‌ଜୀ ଗ୍ରୁପ୍‌ର ନିର୍ଦ୍ଦେଶକ ସୁମିତ୍‌ ଖିମ୍‌ଜୀ ଏବଂ ଖିମ୍‌ଜୀ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୃଷ୍ଣେନ୍ଦୁ ସେନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଖିମ୍‌ଜୀ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସେନ୍‌ କହିଛନ୍ତି, ହୋଣ୍ଡା ସାଇନ୍‌-୧୦୦ ସିସି ଏବଂ ହୋଣ୍ଡା ୟୁନିକର୍ନ-୧୬୦ ସିସି ମୋଟରସାଇକେଲ ସହିତ ଆମେ ଏକ ନୂତନ ଯାତ୍ରା ଆରମ୍ଭ କରିଛୁ। ଏପରିକି ହୋଣ୍ଡା ସାଇନ୍‌-୧୦୦ ସିସିର ନିର୍ଭରଯୋଗ୍ୟତା ଏବଂ ସୁଲଭତା ହେତୁ ଉକ୍ତ ମଡେଲର ବଜାର ଚାହିଦା ଅଧିକ ରହିଛି। ବିଶେଷକରି ଖିମ୍‌ଜୀ ହୋଣ୍ଡା ପକ୍ଷରୁ ପ୍ରଦାନ କରାଯାଉଥିବା ସୁନାମୁଦ୍ରା ଆମର ପ୍ରତ୍ୟେକ ଗ୍ରାହକଙ୍କ ପାଇଁ କୃତଜ୍ଞତାର ଏକ ପ୍ରତୀକ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିପରି ଅନାବରଣ ଉତ୍ସବରେ ଖିମ୍‌ଜୀ ହୋଣ୍ଡାର ୫ଜଣ ଗ୍ରାହକଙ୍କୁ ହୋଣ୍ଡା ସାଇନ୍‌-୧୦୦ସିସି ବାଇକ୍‌ ସହ ପ୍ରତ୍ୟେକଙ୍କୁ ସୁନାମୁଦ୍ରା (ଗୋଲ୍‌ଡ କଏନ) ପ୍ରଦାନ କରାଯାଇଥିଲା। ବ୍ରାଣ୍ଡ୍‌ ସମସ୍ତ ଗ୍ରାହକଙ୍କୁ ବାଇକ୍‌ କ୍ରୟ ଉପରେ ସୁନା ମୁଦ୍ରା ପ୍ରଦାନ କରୁଛି। ଏହି ସ୍ବତନ୍ତ୍ର ଅଫର ସହିତ ଖିମ୍‌ଜୀ ହୋଣ୍ଡା ଗ୍ରାହକଙ୍କ ଅଭିଜ୍ଞତାକୁ ବୃଦ୍ଧି କରିବାକୁ ଏବଂ ନିଜର ବିଶ୍ୱସ୍ତ ଗ୍ରାହକଙ୍କୁ ଅତିରିକ୍ତ ମୂଲ୍ୟ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ,ଖିମ୍‌ଜୀ ହୋଣ୍ଡାର ପଟିଆ,ବାଲୁଗାଁ ଏବଂ ନାଚୁଣୀ ଶୋ’ରୁମ୍‌ରେ ହୋଣ୍ଡା ସାଇନ୍‌-୧୦୦ସିସିର ପ୍ରତ୍ୟେକ କ୍ରୟରେ ଏକ ସୁନା ମୁଦ୍ରା ପ୍ରଦାନ କରୁଛି।

Share