Posted inଜାତୀୟ

ଦୁର୍ଗାପୂଜାରେ କଏଦୀଙ୍କ ପାଇଁ ସ୍ପେଶାଲ ଫୁଡ

କୋଲକାତା,୫।୧୦: ଦୁର୍ଗା ପୂଜା ଆରମ୍ଭ ହେବାକୁ ଅଧିକ ସମୟ ବାକି ନାହିଁ। ସାରା ଦେଶରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ପଶ୍ଚିମବଙ୍ଗରେ ଏହି ପର୍ବକୁ ନେଇ ଏକ ଭିନ୍ନ ଉତ୍ସାହ ରହିଛି । ଏହି ସମୟରେ ବଙ୍ଗଳାରେ ଦେବୀ ଦୁର୍ଗାଙ୍କ ଖୁବ ସୁନ୍ଦର ପେଣ୍ଡାଲଗୁଡିକ ସଜାଯାଇଥାଏ ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ବର୍ତ୍ତମାନ ଏହି ପର୍ବ ସମୟରେ ପଶ୍ଚିମବଙ୍ଗର ଜେଲରେ ଥିବା କଏଦୀମାନେ ମଧ୍ୟ ସ୍ବାଦିଷ୍ଟ ଖାଦ୍ୟ ପାଇବେ ବୋଲି ଜଣାପଡିଛି।

ବନ୍ଦୀମାନେ ଉତ୍ସବରେ ଖାଦ୍ୟରେ ପରିବର୍ତ୍ତନ ପାଇଁ ଆବେଦନ କରନ୍ତି। ଏଭଳି ପରିସ୍ଥିତିରେ, ଷଷ୍ଠୀଠାରୁ ଦଶମୀ (ଦୁର୍ଗା ପୂଜାର ଆରମ୍ଭ ଏବଂ ଶେଷ) ପର୍ଯ୍ୟନ୍ତ ଜେଲ କର୍ତ୍ତୃପକ୍ଷ ଏହି ବନ୍ଦୀମାନଙ୍କ ପାଇଁ କିଛି ଅଲଗା କରନ୍ତି। ଏ ବାବଦରେ ଅଧିକାରୀମାନେ କହିଛନ୍ତି ଯେ ଖାଦ୍ୟର ଅଳ୍ପ ଅଂଶକୁ ସମୟ ପୂର୍ବରୁ ସଞ୍ଚୟ କରି ଏହା କରାଯାଇଥାଏ, ଯାହାଦ୍ୱାରା କୌଣସି ଅତିରିକ୍ତ ଖର୍ଚ୍ଚ ନହୁଏ।
ଦୁର୍ଗା ପୂଜା ଯୋଗୁଁ ପଶ୍ଚିମବଙ୍ଗର ବନ୍ଦୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ମେନୁ ପ୍ରସ୍ତୁତ କରାଯାଇଛି। ଏଥିରେ ମାଛ ମଚଣ୍ଡ ସହ ପୋଇ ଶାଗ , ମାଛ ମୁଣ୍ଡ ସହ ମୁଗ ଡାଲି, ଚଣା ଡାଲି ସହ ପୁରୀ, କ୍ଷୀରି, ଚିକେନ କରି, ଆଳୁ ପୋଟୋଲ ତରକାରୀ, ରାଇତା ସହିତ ମଟନ ବିରିୟାନି, ବାସନ୍ତୀ ପୁଲାଓ (ଘି କାଜୁ ବାଦାମ ଏବଂ କିସମିସ ସହିତ ମିଠା ହଳଦିଆ ପୁଲାଓ)। ତେବେ କଏଦୀଙ୍କ ମୁହଁରେ ସାମାନ୍ୟ ହସ ଫୁଟାିବାକୁ ଏହି ପ୍ରୟାସ କରାଯାଇଥାଏ ବରିଷ୍ଠ ଜେଲ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହାର ପଲ୍ଲା ଭାରି? ହରିୟାଣା ନିର୍ବାଚନରେ ଏକଜିଟ ପୋଲ୍‌କୁ ନେଇ ବଡ଼ ଖୁଲାସା!

ନୂଆଦିଲ୍ଲୀ,୫।୧୦: ଭୋଟ ଏବଂ ଭୋଟ ଗଣନା ମଧ୍ୟରେ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟକୁ ନିର୍ବାଚନୀ ଭାଷାରେ ଏକଜିଟ ପୋଲ କୁହାଯାଏ। ହରିୟାଣା ଏବଂ ଜମ୍ମୁ କଶ୍ମୀର ନିର୍ବାଚନ...

ନିଜ ନାମରେ ନୁହେଁ, ବରଂ ସ୍ତ୍ରୀଙ୍କ ନାମରେ କରନ୍ତୁ FD; ଲାଭ ଜାଣିଲେ ଚକିତ ହେବେ…

ନୂଆଦିଲ୍ଲୀ,୫।୧୦: ଫିକ୍ସ ଡିପୋଜିଟ୍‌(ଏଫ୍‌ଡି) ଯୋଜନା ଉପରେ ସାରା ଦେଶର ଜଣାଶୁଣା ବ୍ୟାଙ୍କଗୁଡ଼ିକ ପକ୍ଷରୁ ବାର୍ଷିକ ୮% ଆକର୍ଷକ ଋଣ ଦିଆଯାଉଛି। ଟଙ୍କାକୁ ସୁରକ୍ଷିତ ରଖିବା ସହ...

୨୦ଦିନରେ ୨ଲକ୍ଷ ମହିଳା ଗ୍ରହଣ କରିଛନ୍ତି କଂଗ୍ରେସର ସଦସ୍ୟତା

ନୂଆଦିଲ୍ଲୀ,୫।୧୦: ଅଲ ଇଣ୍ଡିଆ ମହିଳା କଂଗ୍ରେସ (ଏଆଇଏମସି) ସଭାପତି ଅଲକା ଲାମ୍ବା ଶନିବାର ଘୋଷଣା କରିଛନ୍ତି ଯେ ଦଳର ଦେଶବ୍ୟାପୀ ଅନଲାଇନ ସଦସ୍ୟତା ଡ୍ରାଇଭ ମାଧ୍ୟମରେ...

ଭାରତ-ପାକିସ୍ତାନ ଆଲୋଚନା ବନ୍ଦ: ସଫାସଫା କହିଦେଲେ ଜୟଶଙ୍କର

ଇସଲାମାବାଦ,୫।୧୦: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ୧୫-୧୬ ଅକ୍ଟୋବରରେ ପାକିସ୍ତାନ ଗସ୍ତ କରିବେ। ଏହି ସମୟରେ ସେ ଇସଲାମାବାଦରେ ହେବାକୁ ଥିବା ଏସସିଓ ହେଡସ ଅଫ...

ଚାଷୀଙ୍କୁ ନବରାତ୍ରୀ ଉପହାର ଦେଲେ ମୋଦି: ଚାଷୀଙ୍କ ଆକାଉଣ୍ଟକୁ ଗଲା…

ପୁଣେ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ରିଲିଜ୍‌ କରିଛନ୍ତି। ଦେଶର କୋଟି କୋଟି ଚାଷୀଙ୍କୁ ନବରାତ୍ରୀ ଉପହାର ଦେଇଛନ୍ତି।...

୫ ରାଜ୍ୟର ୨୨ ସ୍ଥାନରେ ଏନଆଇଏ ଚଢାଉ, ଜୈଶ-ଇ-ମହମ୍ମଦ ସହ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୫।୧୦: ଜାତୀୟ ଅନୁସନ୍ଧାନ ଏଜେନ୍ସି ବା ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି(ଏନଆଇଏ) ପାଞ୍ଚଟି ରାଜ୍ୟରେ ଚଢାଉ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ଇନପୁଟ ପାଇବା...

ଦିଲ୍ଲୀରେ କାହିଁକି ଟ୍ରେନିଂ ନେବାକୁ ଚାହୁଁଛନ୍ତି ଇସ୍ରାଏଲ ସୁରକ୍ଷା କର୍ମୀ? ପୋଲିସକୁ ମାଗିଲେ ସ୍ଥାନ

ନୂଆଦିଲ୍ଲୀ,୫।୧୦: ମଧ୍ୟ ପୂର୍ବର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଏହି ଅଞ୍ଚଳରେ ଆଉ ଏକ ଯୁଦ୍ଧ...

ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଅନୁମତି ଦିଆ ନ ଯାଏ, ତେବେ…

ନୂଆଦିଲ୍ଲୀ,୫।୧୦: ଲଦ୍ଦାଖର ଜଳବାୟୁ କାର୍ଯ୍ୟକର୍ତ୍ତା ବା କ୍ଲାଇମେଟ ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଘୋଷଣା କରିଛନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri