ବିମାନବନ୍ଦରରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ହେଲ୍‌ପ ଡେସ୍କ

ଭୁବନେଶ୍ୱର, ୩।୨(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ଯିବାଆସିବା ସୁବିଧା ସମ୍ପର୍କିତ ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସିଆଇଏସ୍‌ଏଫ୍‌ର ସିଏଏସ୍‌ଓ ସୁଧୀର କୁମାରଙ୍କ ଆବାହକତ୍ୱରେ ଆୟୋଜିତ ବୈଠକକୁ ବିମାନବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ଅଧ୍ୟକ୍ଷତା କରିଥିଲେ। ଏଥିରେ ସମସ୍ତ ଏୟାରଲାଇନ୍ସର ଷ୍ଟେଶନ ମ୍ୟାନେଜର, ଏଏଆଇ ଟର୍ମିନାଲ୍‌ ଟିମ୍‌, ସିଆଇଏସ୍‌ଏଫ୍‌ ଏବଂ ଦିବ୍ୟାଙ୍ଗ ଯାତ୍ରୀ ଯାତ୍ରା ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ସୁବିଧା ସହ ଜଡ଼ିତ ଥିବା ବିଭିନ୍ନ ଏନ୍‌ଜିଓ ମୁଖ୍ୟମାନେ ଯୋଗ ଦେଇଥିଲେ।
ଓପନ୍‌ ଲର୍ନିଂ ସିଷ୍ଟମର ନିର୍ଦ୍ଦେଶିକା କସ୍ତୁରୀ ମହାପାତ୍ର, ସ୍ବାଭିମାନ୍‌ର ସିଇଓ ଶ୍ରୁତି ମହାପାତ୍ର, ଆଇନାର ସ୍ନେହା ମିଶ୍ର, ଭିନ୍ନକ୍ଷମ ଅଧିକାର କର୍ମୀ ଜିତେନ୍ଦ୍ର ବିଶ୍ୱାଳ ପ୍ରମୁଖ ବୈଠକରେ ଯୋଗ ଦେଇ ଦିବ୍ୟାଙ୍ଗମାନେ ଯାତ୍ରା ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏଥିସହିତ ଦିବ୍ୟାଙ୍ଗଙ୍କ ପ୍ରତି କର୍ମଚାରୀଙ୍କ ଦୃଷ୍ଟିଭଙ୍ଗୀକୁ ପରିବର୍ତ୍ତନ କରିବା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିମାନବନ୍ଦର ପ୍ରାଧିକରଣ ଅଫ୍‌ ଇଣ୍ଡିଆ ଦ୍ୱାରା ଆସିଥିବା ହେଲ୍ପ ଡେସ୍କ କାଉଣ୍ଟରଗୁଡ଼ିକୁ ଉଦ୍‌ଘାଟନ କରାଯିବା ସହ ଦିବ୍ୟାଙ୍ଗଙ୍କ ବାଧାହୀନ ଯାତ୍ରାକୁ ସୁନିଶ୍ଚିତ କରିବାକୁ ସମସ୍ତ ପଦକ୍ଷେପ ନେବାକୁ ବିମାନ ବନ୍ଦର କର୍ତ୍ତୃପକ୍ଷ ନିଶ୍ଚିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଅକ୍ଟୋବର ୯ରେ ଭିଲେନ୍: ଶୁଣନ୍ତୁ ଫିଲ୍ମକୁ ନେଇ କ’ଣ କହୁଛନ୍ତି …

ଅକ୍ଟୋବର ୯ରେ ରିଲିଜ ହେବ ଓଡ଼ିଆ ଚଳଚ୍ଚିତ୍ର ଭିଲେନ୍ । ଏହି ଚଳଚ୍ଚିିତ୍ରରେ ନଜର ଆସିବେ ଅଭିନେତା ଅଦେ୍ର୍ଧନ୍ଦୁ ଏବଂ ଅଭିନେତ୍ରୀ ତମ୍ମନା । ତେବେ...

EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: ବନ୍ଦ ହେବ…

ଭୁବନେଶ୍ୱର,୨୯।୯: EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ରବିବାର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ ପାତ୍ର କହିଛନ୍ତି, ଶେଷ ଲୋକର EKYC ନ...

Featured Video Play Icon

ଦଶହରା ପୂବର୍ବରୁ ସୁଭଦ୍ରା ଭେଟି

ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନାର ଏକ ପ୍ରକାର ଅନ୍ତ ଘଟିଛି। ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଅକ୍ଟୋବର ୯ରେ...

ପୁଣି ବିଜେଡିକୁ ଟାର୍ଗେଟ କଲେ ମୋହନ, ଏଥର କହିଦେଲେ ବଡ଼ କଥା..

ଯାଜପୁର,୨୯।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ରବିବାର ଯାଜପୁର ଜିଲାର ବଡ଼ଚଣା...

ବଡ଼ଚଣାରେ ଗର୍ଜିଲେ ମୋହନ, କହିଲେ ସ୍ମିତାରାଣୀ ମୃତ୍ୟୁ ମାମଲାର ହେବ ତଦନ୍ତ, ଦୋଷୀଙ୍କୁ ମିଳିବ…

ଯାଜପୁର,୨୯ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଯାଜପୁର ଜିଲାର ବଡ଼ଚଣା ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କି ବାତ୍‌ ’...

ଆସୁଛି ବଡ଼ ଲଘୁଚାପ: ଏଥର ବର୍ଷାରେ ଭିଜିବ ଦଶହରା…

ଭୁବନେଶ୍ୱର,୨୯।୯: ଚଳିତ ଥର ବର୍ଷାରେ ଭିଜିବ ଦଶହରା। ଆସୁଛି ବଡ଼ ଲଘୁଚାପ। ଅକ୍ଟୋବର ୪ରୁ ୧୦ ଯାଏଁ ରାଜ୍ୟରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା।...

ରାପିଡ୍‌ ଆକ୍ସନ ଫୋର୍ସର ଫ୍ଲାଗ୍‌ମାର୍ଚ୍ଚ, ସାମିଲ ହେଲେ ଏସ୍‌ପି-ଡିଆଇଜି-ଜିଲାପାଳ

ଭଦ୍ରକ,୨୯ା୯(ସନାତନ ରାଉତ): ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ଉତ୍ତେଜନା ଘଟଣାରେ ୧୬୩ ଧାରା ଜାରି ରହିଥିବା ବେଳେ ଇଣ୍ଟନେଟ୍‌ ସେବା ବନ୍ଦ ରହିଛି। ପୋଲିସକୁ ଆକ୍ରମଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri