ରଥଯାତ୍ରା ପାଇଁ ସ୍ବତନ୍ତ୍ର ମୋ ବସ୍‌ ଚଳାଚଳ -୨୦ରୁ ୩୦ ତାରିଖ ଯାଏ ୩ଟି ରୁଟ୍‌ରେ ସେବା ବାତିଲ୍‌

ଭୁବନେଶ୍ୱର, ୧୯।୬ (ବନ୍ଦନା ସେଠୀ)- କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ରଥଯାତ୍ରା ପାଇଁ ସ୍ବତନ୍ତ୍ର ବସ୍‌ ସେବା ଆରମ୍ଭ କରାଯାଇଛି। ରଥାରୁଢ଼ ବିଗ୍ରହଙ୍କୁ ଦର୍ଶନ କରିବା ପାଇଁ ସମଗ୍ର ଭାରତରୁ ଶ୍ରଦ୍ଧାଳୁମାନେ ପୁରୀ ଆସୁଛନ୍ତି। ସେମାନଙ୍କ ଚିନ୍ତାମୁକ୍ତ ଓ ସହଜ ଗମନାଗମ ପାଇଁ କ୍ରୁଟ୍‌ ପକ୍ଷରୁ ସ୍ବତନ୍ତ୍ର ମୋ ବସ୍‌ ସେବା ଚଳାଚଳ ନେଇ ଘୋଷଣା କରାଯାଇଛି। ଜୁନ୍‌ ୨୦ରୁ ୨୧ ଏବଂ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ରୁଟ୍‌ ୨ଇ ଦେଇ ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡରୁ ତାଳବଣିଆ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ମୋ ବସ୍‌ ଚଳାଚଳ କରିବ। ସେହିପରି ରୁଟ୍‌ ୩ଇ, ରୁଟ୍‌ ୪ଇ, ୫୦ଇ, ୫୧ଇ, ୫୩ ସଟଲ୍‌ ବସ୍‌ ଓ ୫୪ଇ ରୁଟ୍‌ ଦେଇ ଯଥାକ୍ରମେ କାକଟପୁର ନୂଆ ବସ୍‌ଷ୍ଟାଣ୍ଡ, ଜଗତପୁର, କଟକ, ଭୁବନେଶ୍ୱର ରେଳ ଷ୍ଟେସନ, ବରମୁଣ୍ଡା ଆଇଏସ୍‌ବିଟି, ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ଓ ବିଜୁ ପଟ୍ଟନାୟକ ପାର୍କ, କଟକ ଦେଇ ତାଳବଣିଆ ବସ୍‌ଷ୍ଟାଣ୍ଡକୁ ଯିବ। ଜୁନ୍‌ ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ରୁଟ୍‌ ସଂଖ୍ୟା ୨, ୩, ୪, ୫୦, ୫୧, ୫୩ ସଟଲ୍‌ ବସ୍‌ ଏବଂ ୫୪ ଦେଇ ଯଥାକ୍ରମେ ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡ, କାକଟପୁର ନୂଆ ବସ୍‌ଷ୍ଟାଣ୍ଡ, ଜଗତପୁର, କଟକ, ଭୁବନେଶ୍ୱର ରେଳ ଷ୍ଟେସନ, ବରମୁଣ୍ଡା ଆଇଏସ୍‌ବିଟି, ମାଳତିପାଟପୁର ବସ୍‌ଷ୍ଟାଣ୍ଡ ଏବଂ ବିଜୁ ପଟ୍ଟନାୟକ ପାର୍କ, କଟକ ଦେଇ ପୁରୀ ବସ୍‌ଷ୍ଟାଣ୍ଡକୁ ଯିବ। ଅପରପକ୍ଷେ ରଥଯାତ୍ରା ପାଇଁ ପୁରୀରେ ଟ୍ରାଫିକ୍‌ କଟକଣା ପାଇଁ ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ରୁଟ୍‌ ନଂ ୫୨ ପୁରୀ ଆନ୍ତଃ-ସହର ମୋ ବସ୍‌ ଓ ରୁଟ୍‌ ନଂ ୭ ଓ ୮ରେ ବ୍ରହ୍ମଗିରିକୁ ଚାଲୁଥିବା ସ୍ବତନ୍ତ୍ର ମୋ ବସ୍‌ ସେବା ବାତିଲ ରହିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri