Categories: ବାଣିଜ୍ୟ

ଜିଓର ସ୍ବତନ୍ତ୍ର ଅଫର

ଭୁବନେଶ୍ୱର,୨୫।୯: ରିଲାଏନ୍ସ ଜିଓ ପକ୍ଷରୁ ଏକ ସ୍ବତନ୍ତ୍ର ଅଫରର ଶୁଭାରମ୍ଭ କରାଯାଇଛି। ବିଶେଷକରି ଭାରତରେ ନିର୍ମିତ ଆଇଫୋନ୧୫କୁ ରିଲାଏନ୍ସ ଡିଜିଟାଲ, ଜିଓ ମାର୍ଟ କିମ୍ବା ରିଲାଏନ୍ସ ରିଟେଲ ଷ୍ଟୋରରୁ କିଣୁଥିବା ଗ୍ରାହକମାନେ ଏହି ଆକର୍ଷଣୀୟ ଅଫରର ଲାଭ ନେଇପାରିବେ। ଏପରିକି ରିଲାଏନ୍ସ ରିଟେଲ କିମ୍ବା ଅନ୍‌ଲାଇନ ଷ୍ଟୋରରୁ ଆଇଫୋନ ୧୫ କିଣିବା ସହିତ ଗ୍ରାହକମାନେ ବିନା ମୂଲ୍ୟରେ ୬ମାସ ପାଇଁ ଜିଓର ମାସିକ ୩୯୯ ଟଙ୍କିଆ ପ୍ଲାନ୍‌ର ଲାଭ ନେଇପାରିବେ। ଏଥିରେ ଦୈନିକ ୩ ଜିବି ହାଇସ୍ପିଡ୍‌ ଡାଟା, ଅସୀମିତ ଭଏସ୍‌ କଲ୍‌ ଓ ଦୈନିକ ୧୦୦ଏସ୍‌ଏମ୍‌ଏସ୍‌ ସମେତ ଆହୁରି ଅନେକ ସୁବିଧା ସାମିଲ ରହିଛି। ମୋଟ ଉପରେ ୨୩୯୪ ଟଙ୍କାର ଲାଭ ବିନା ମୂଲ୍ୟରେ ଗ୍ରାହକମାନଙ୍କୁ ଉପରୋକ୍ତ ଅଫର ଜରିଆରେ ମିଳୁଛି।

 

Share