ଭୁବନେଶ୍ୱର,୨୧ା୭ (ଅନୁରାଧା ମହାରଣା): ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା (ଓଜେଇଇ) ଫଳ ଶୁକ୍ରବାର ପ୍ରକାଶ ପାଇଛି। ବି.ଟେକ୍ରେ ୮,୬୫୫ ଛାତ୍ରୀଛାତ୍ର ଓ ଲାଟେରାଲ ଏଣ୍ଟ୍ରି ଟେକ୍ନିକାଲ ଡିପ୍ଲୋମାରେ ୪,୫୬୮ଜଣଙ୍କୁ ର଼୍ୟାଙ୍କ କାର୍ଡ ମିଳିଛି। ସେହିପରି ବି.ଫାର୍ମାରେ ୨୪୪୨ ଛାତ୍ରୀଛାତ୍ର, ଏମ୍ବିଏରେ ୪୨୮୭ ଓ ଏମ୍ସିଏରେ ୧୭୪୩ଜଣ ର଼୍ୟାଙ୍କ ହାସଲ କରିଛନ୍ତି। ଛାତ୍ରୀଛାତ୍ର http://ojee.nic.in/odishajee.comରୁ ସେମାନଙ୍କ ର଼୍ୟାଙ୍କ କାର୍ଡ ଡାଉନ୍ଲୋଡ଼ କରିପାରିବେ। ଏଥିସହ ଫଳାଫଳ ସଂକ୍ରାନ୍ତ ଅଧିକ ତଥ୍ୟ ojee.nic.in ଓ odishajee.comରେ ଉପଲବ୍ଧ ହୋଇଛି। ସୂଚନା ଥାଉକି, ଓଡ଼ିଶାର ସରକାରୀ ଓ ଘରୋଇ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ବି.ଫାର୍ମା, ଏମ୍ସିଏ, ଏମ୍.ଏସ୍ସି, ଏମ୍.ଟେକ, ଏମ୍. ଫାର୍ମା ଆଦିରେ ନାମଲେଖା ପାଇଁ ଏହି ସ୍ବତନ୍ତ୍ର ଓଜେଇଇ କରାଯାଉଛି। ଜୁନ ୨୬ରୁ ୨୯ ତାରିଖ ଯାଏ ୪୭ଟି କେନ୍ଦ୍ରରେ ସିବିଟି ମୋଡ୍ରେ ଚାରିଟି ସିଫ୍ଟରେ ପରୀକ୍ଷା ହୋଇଥିଲା। ୨୧ ହଜାର ୮୬୭ ଜଣ ଛାତ୍ରୀଛାତ୍ର ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ।