Categories: ଖେଳ

ସ୍ବତନ୍ତ୍ର ଅଲିମ୍ପିକ୍ସ: ସାଇକେଲ ଚାଳନାରେ ଓଡ଼ିଶାକୁ ୫ ପଦକ

ଭୁବନେଶ୍ୱର,୨୨ା୩(ସରୋଜ ଜେନା):ସ୍ବତନ୍ତ୍ର ଅଲିମ୍ପିକ ଭାରତ ଓଡ଼ିଶାର ଅନ୍ତର୍ଜାତୀୟ କ୍ରୀଡାବିତ ସରିତା ରାଉତରାୟ ହରିୟଣାର ପଞ୍ଚକୁଲା ଠାରେ ଅନୁଷ୍ଠିତ ଜାତୀୟ ସାଇକଲ ଚାଳନା ପ୍ରତିଯୋଗିତାର ୧ କିମି ଓ ୨ କିମି ମହିଳା ବର୍ଗରେ ସର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ବର୍ଗରେ ଦେବାଶିଷ ରୌପ୍ୟ ପଦକ ହାସଲ କରିଥିବା ବେଳେ ପଦାର୍ପଣରେ ନିମାପଡ଼ାର ରାକେଶ ସେଠୀ ଏବଂ ଭୁବନେଶ୍ୱରର ସିଦ୍ଧାର୍ଥ ମହାନ୍ତି ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ବିଜୟୀ ହୋଇ ହରିୟାଣା ରାଜ୍ୟପାଳ ବନରିଲାଲ ପୁରୋହିତଙ୍କ ଦାରା ସମ୍ମାନିତ ହୋଇଛନ୍ତି।
ସ୍ବତନ୍ତ୍ର ଅଲିମ୍ପିକ ଭାରତ ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ ରଥ, ଅଧ୍ୟକ୍ଷା ସୁନୀତା ମୁଣ୍ଡ, ଉପାଧ୍ୟକ୍ଷ ଉମାକାନ୍ତ ଷଡ଼ଙ୍ଗୀ, ରାଜ୍ୟ ସଂଯୋଜକ ଅର୍ପିତା ମହାପାତ୍ର, କୋଷାଧ୍ୟକ୍ଷ ସୁରେଶ ଖୁଣ୍ଟିଆ, କ୍ରୀଡା ନିର୍ଦ୍ଦେଶକ ସସ୍ମିତା ମହାପାତ୍ର ଏବଂ ବୋର୍ଡ ସଭ୍ୟ ମନତୋସ ବେହେରା, ତନ୍ମୟ ସେନାପତି ଓ ଦିପ୍ତିମୟୀ ରାଉତ ପ୍ରମୁଖ ଦଳର ପ୍ରଶିକ୍ଷକ କାଳନ୍ଦୀ ଚରଣ ଭୋଇ ଙ୍କ ମାଧ୍ୟମରେ ପଦକ ବିଜେତା ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ତରଫରୁ ଏହି ଦଳର ଯାତ୍ରା, ଉପକରଣ ଏବଂ ଦୈନିକ ଖର୍ଚ୍ଚ ଆଦି ସହାୟତା ପ୍ରଦାନ କରାଯାଇଥିବାରୁ ସ୍ବତନ୍ତ୍ର ଅଲିମ୍ପିକ ଭାରତ ଓଡ଼ିଶା ତରଫରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Share