Categories: ଜାତୀୟ

ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ସ୍ବତନ୍ତ୍ର ଅପରେଶନ: ୧୫ ଦିନରେ ୧୧ ବିଦେଶୀ ଆତଙ୍କବାଦୀଙ୍କୁ ଏନକାଉଣ୍ଟର…

ଶ୍ରୀନଗର,୨୭।୬ : ଗୁପ୍ତଚର ଏଜେନ୍ସି ଦ୍ୱାରା ପ୍ରଦାନ କରାଯାଇଥିବା ଇନପୁଟ ଆଧାରରେ ମିଳିତ ସୁରକ୍ଷାକର୍ମୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଅପରେଶନରେ ଜମ୍ମୁ-କଶ୍ମୀରର କୁପୱାରା ସେକ୍ଟରରେ ନିଶା, ଅସ୍ତ୍ରଶସ୍ତ୍ର ଏବଂ ଗୁଳିର ବିପୁଳ ପରିମାଣର ଗୋଳା ବାରୁଦ ଜବତ ହୋଇପାରିଛି। ଗତ ୧୫ ଦିନ ମଧ୍ୟରେ ୧୧ ବିଦେଶୀ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି।

ସୁରକ୍ଷା ବାହିନୀର ଅଧିକାରୀମାନେ କହିଛନ୍ତି, ଗୁପ୍ତଚର ଏଜେନର ଇନପୁଟ ଅଧାରରେ ଭାରତୀୟ ସେନା କୁପୱାରାର ନିର୍ଦ୍ଦିଷ୍ଟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ବୃଦ୍ଧି କରିବା ଆରମ୍ଭ କରି ଦେଇଛି।

ମାଛିଲ ସେକ୍ଟରରେ ୨ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯିବା ସହିତ ଦୁଇଟି ଏକେ ସିରିଜ ରାଇଫଲ, ଗ୍ରେନେଡ ଏବଂ ଗୁଳି ଜବତ କରାଯାଇଥିଲା। ଏଲଏଓସିର କିରନ ସେକ୍ଟରରେ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି। ସେମାନଙ୍କଠାରୁ ପାକିସ୍ତାନୀ ସ୍ନାଇପର ରାଇଫଲ ଏବଂ ଗୁଳି ସହିତ ଅନ୍ୟ ପାଞ୍ଚଟି ରାଇଫଲ ଜବତ କରାଯାଇଥିଲା।

ରାତିରେ ବ୍ୟବହୃତ ଭିଜନ ଗଗଲ୍ସ ଏବଂ ବାଇନୋକୁଲାର ସମେତ ଅନେକ ସିସିଟିଭି ଉପକରଣ ମଧ୍ୟ ଜବତ କରାଯାଇଛି। ୨୩ ଜୁନରେ ମାଛିଲ ସେକ୍ଟରରେ ୪ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା। ସେମାନଙ୍କ ପାଖରୁ ୧୨ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।

Share