ସ୍ବତନ୍ତ୍ର ଯୋଜନା ଅଧିକାରୀ ହେଲେ ଅବିନାଶ ମିଶ୍ର

ଗଞ୍ଜାମ,୩ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର କିଛି ଏନ୍‌ଏସି ଓ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ)ଙ୍କ କାର୍ଯ୍ୟ ଶୈଳୀକୁ ପ୍ରଂଶସା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଉକ୍ତ ଅଧିକାରୀମାନଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଗୃହ ନଗର ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ଚିଠି ନଂ ୧୫୦୩୩ ତା ୨୮.୭.୨୩ରେ ଗଞ୍ଜାମ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ସ୍ବତନ୍ତ୍ର ଯୋଜନା ଅଧିକାରୀ (ଏସ୍‌ପିଏ )ଅତିରିକ୍ତ ଦାୟିତ୍ୱ ମିଳିଛି। ସରକାର ଯେଉଁ ଦାୟିତ୍ୱ ଦେବେ ତାହା ସୁଚାରୁରୂପେ ତୁଲାଇବା ପାଇଁ ଚେଷ୍ଟା କରିବା ସହ ଏନ୍‌ଏସି ଅଫିସ ହେଉଛି ସର୍ବସାଧାରଣ ଅଫିସ। ତେଣୁ ସ୍ଥାନୀୟ ଅଞ୍ଚଳର ଉନ୍ନତି ଏବଂ ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଦେବେ ବୋଲି ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି।