ଅମିତାଭ, ଅଭିଷେକଙ୍କ ପାଇଁ ପୂଜାର୍ଚ୍ଚନା

ମୁମ୍ବାଇ,୧୨।୭: ବିଗ୍‌ ବି ଅମିତାଭ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ କରୋନା ଟେଷ୍ଟ ରିପୋର୍ଟ ଶନିବାର ରାତିରେ ପଜିଟିଭ ଆସିବା ପରେ ଏବେ ଏମାନଙ୍କ ପ୍ରଶଂସକ ଅଡୁଆରେ ପଡିଯାଇଛନ୍ତି। ରବିବାର ଉଜ୍ଜୟୀନିର ମହାକାଳ ମନ୍ଦିରରେ ବଚ୍ଚନ ପରିବାଙ୍କ ସୁସ୍ଥତା କାମନା କରି ପୂଜାର୍ଚ୍ଚନା କରାଯାଇଛି। ସୂଚନାଯୋଗ୍ୟ, ଶନିବାର ଅମିତାଭ ବଚ୍ଚନ ଟୁଇଟ୍‌ କରି ଜଣାଇଥିଲେ କି ସେ କରୋନାରେ ପୀଡ଼ିତ ହୋଇଛନ୍ତିି। ଆଉ ଏହାର କିଛି ସମୟ ପରେ ଅମିତାଭଙ୍କ ପୁଅ ଅଭିଷେକଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା। ଉଭୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଅନ୍ୟପଟେ ଜୟା ବଚ୍ଚନ, ଐଶ୍ୱର୍ଯ୍ୟାରାୟ ବଚ୍ଚନ ଓ ଆରାଧ୍ୟା ବଚ୍ଚନଙ୍କ ଆଣ୍ଟିଜେନ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଏବେ ସ୍ବାବ ଟେଷ୍ଟ ରିପୋର୍ଟକୁ ଅପେକ୍ଷା।

Share