Categories: ଜାତୀୟ

ବିଶ୍ୱ ପରିବେଶ ଦିବସ ଅବସରରେ ଆର୍ଟ ଅଫ ଲିଭିଙ୍ଗର ସ୍ବତନ୍ତ୍ର କାର୍ଯ୍ୟକ୍ରମ…

ନୂଆଦିଲ୍ଲୀ, ୪।୬ : ବିଶ୍ୱ ପରିବେଶ ଦିବସ ଅବସରରେ, ଆର୍ଟ ଅଫ ଲିଭିଙ୍ଗ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଉତ୍ସବର ଏକ ଅଂଶ ଭାବରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରାଯାଇଛି। ଏକ ସ୍ଥାୟୀ, ଶାନ୍ତିପୂର୍ଣ୍ଣ, ଶକ୍ତିଶାଳୀ ଏବଂ ସବୁଜ ଭାରତ ଗଠନରେ ଏହା ବେଶ୍‌ ଉପଯୋଗୀ ହେବ।

ଏହା ଅଅନ୍ତର୍ଗତ ୭୫ ନଦୀର ନବୀକରଣ, ପାଞ୍ଚ ଲକ୍ଷ ଗଛ ଲଗାଯିବ, ୭୫ ଟି ଦକ୍ଷତା ବିକାଶ କେନ୍ଦ୍ର, ଜେଲରେ ୭୫ ଟି ଡିଜିଟାଲ ସାକ୍ଷରତା କେନ୍ଦ୍ର ଏବଂ ସୀମାନ୍ତବର୍ତ୍ତୀ ଗ୍ରାମରେ ୭୫ ଟି ବିଦ୍ୟାଳୟର ସୌର ବିଦ୍ୟୁତିକରଣ ପାଇଁ ଆର୍ଟ ଅଫ ଲିଭିଙ୍ଗ ପକ୍ଷରୁ ଘୋଷଣା କରାଯାଇଛି।

ନଦୀ ନବୀକରଣ ପ୍ରକଳ୍ପ ଅଧୀନରେ, ୫ ଟି ଭାରତୀୟ ରାଜ୍ୟରେ ୪୯ ଟି ନଦୀର ପୁନରୁଦ୍ଧାର କରାଯାଇଛି। ଆର୍ଟ ଅଫ ଲିଭିଙ୍ଗ ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା ସାରା ବିଶ୍ୱରେ ୮୧ ମିଲିୟନରୁ ଅଧିକ ବୃକ୍ଷ ରୋପଣ କରାଯାଇଛି। ଆର୍ଟ ଅଫ ଲିଭିଙ୍ଗ ସମଗ୍ର ଭାରତରେ ୫୨ ଟି ଦକ୍ଷତା ବିକାଶ କେନ୍ଦ୍ର ଏବଂ ୨୨ ଟି କାରାଗାର ପ୍ରତିଷ୍ଠା କରିଛି। ଏହାସହ ୧୪୫ ଟି ବିଦ୍ୟାଳୟକୁ ସୌର ବିଦ୍ୟୁତକରଣ କରାଯାଇଛି, ସେଥିମଧ୍ୟରୁ ୨୦ ଟି ସୀମାନ୍ତ ଗ୍ରାମରେ ଅଛି ।

ବିଶ୍ୱ ପରିବେଶ ଦିବସ ଅବସରରେ ପଣ୍ଡିତ ରବି ଶଙ୍କର କହିଛନ୍ତି ଯେ ଜଳ, ବାୟୁ ଏବଂ ପୃଥିବୀକୁ ଶୁଦ୍ଧ ରଖିବା ପାଇଁ ଏକ ପ୍ରତିଶ୍ରୁତି ଆଧାରରେ ଆର୍ଟ ଅଫ ଲିଭିଙ୍ଗ କାର୍ଯ୍ୟ କରୁଛି। ବିଶ୍ୱ ମାନବିକତା ତଥା ଦି ଆର୍ଟ ଅଫ ଲିଭିଙ୍ଗର ପ୍ରତିଷ୍ଠାତା ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର କହିଛନ୍ତି ଯେ ୭୫ ଟି ନଦୀର ପୁନରୁଦ୍ଧାର ଏବଂ ନବୀକରଣ ପାଇଁ ଆମର ସଂଗଠନ ଦାୟିତ୍ୱ ଗ୍ରହଣ କରିଛି।

Share