Categories: ବାଣିଜ୍ୟ

ଏମ୍‌ଏସ୍‌ଆଇଏଲ୍‌ର ସ୍ବତନ୍ତ୍ର ରାଲି

ଭୁବନେଶ୍ୱର,୧୧।୧୦: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌(ଏମ୍‌ଏସ୍‌ଆଇଏଲ୍‌) ଏବଂ ଭାରତୀୟ ନୌସେନାର ମିଳିତ ସହଯୋଗରେ ଏକ ସ୍ବତନ୍ତ୍ର ରାଲିର ଶୁଭାରମ୍ଭ କରାଯାଇଛି। ବିଶେଷକରି ଭାରତୀୟ ଯୁବକମାନଙ୍କ ପାଇଁ ‘ଖାମ୍ରି ମୋ ସିକ୍କିମ୍‌’ ପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ ନେଭି (ନୌସେନା) କ୍ଷେତ୍ରରେ ଯୋଗଦେବା ଉଦ୍ଦେଶ୍ୟରେ ଉକ୍ତ ରାଲିର ଆରମ୍ଭ କରାଯାଇଛି। ଉତ୍ତର ଭାରତୀୟ ଯୁବକମାନେ ନୌସେନାରେ କ୍ୟାରିୟର କରିବା ସୁଯୋଗ ଆଦି ବିଷୟରେ ଉକ୍ତ ରାଲି ସଚେତନତା ସୃଷ୍ଟି କରିଛି। ୬,୫୦୦ କି.ମି. ଏହି ଦୁଃସାହସିକ ଯାତ୍ରା ଲୋନାଭାଲାର ଭାରତୀୟ ନୌସେନା ଘାଟିରୁ ୪୫ ନୌସେନା ଅଧିକାରୀଙ୍କ ଏକ ଟିମ୍‌ ପାର୍ଟି ଯାନରେ ଉକ୍ତ ଯାତ୍ରା ଆରମ୍ଭ କରିଛନ୍ତି। ଏହି ପାର୍ଟି ଯାନରେ ତିନିଟି ଦୁର୍ଗମ ମାରୁତି ସୁଜୁକି ଜିମ୍ନି ଅଫ୍‌ ରୋଡ୍‌ର ଏବଂ ଦୁଇଟି ଫ୍ଲାଗ୍‌ଶିପ୍‌ ଗ୍ରାଣ୍ଡ୍‌ ଭିଟାରା ଅଲ ଗ୍ରିପ୍‌ ଏସ୍‌ୟୁଭି ଆଦି ସାମିଲ ରହିଛି। ଏପରିକି ସେମାନେ ଆସନ୍ତା କିଛି ସପ୍ତାହ ପର୍ଯ୍ୟନ୍ତ ଉକ୍ତ ଯାତ୍ରାରେ ରହିବେ ଏବଂ ମୋହାଠାରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ଏହି ରାଲି ହେବାକୁ ଥିବାବେଳେ ଲକ୍ଷ୍ନୌ, ବାରାଣସୀ, ଗ୍ୟାଙ୍ଗ୍‌ଟକ, ଭୁବନେଶ୍ୱର ଏବଂ ଅନ୍ୟାନ୍ୟ ଗନ୍ତବ୍ୟ ସ୍ଥଳକୁ ଅନ୍ତର୍ଭୁକ୍ତ କରିବେ।
ଗେମ୍‌ ଷ୍ଟାଟ୍‌ ଓ ତୁସି ମୋଟର୍ସ ଆନୁକୂଲ୍ୟରେ ଭୁବନେଶ୍ୱର ଏକ ତାରକା ହୋଟେଲରେ ଉକ୍ତ ଟିମ୍‌କୁ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ନୌବାହିନୀର ଅଧିକାରୀଙ୍କ ସହ ତୁସି ମୋଟର୍ସର ଏମ୍‌ଡି ପ୍ରୀତି ପଲ୍ଲବୀ ପଟ୍ଟନାୟକ, ନିର୍ଦ୍ଦେଶକ ଅଂଶୁମାନ ପଟ୍ଟନାୟକଙ୍କ ସମେତ ତମନ୍ନା ଦେହୁରୀ, ଜିତ୍‌ ସିଂ ଏବଂ ରମେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ନୌସେନାର ଏହି ଉତ୍ତମ ପଦକ୍ଷେପକୁ ନିଜର ସମର୍ଥନ ଏବଂ ଏକତା ଦେଖାଇବା ପାଇଁ ଭୁବନେଶ୍ୱରସ୍ଥିତ ମାରୁତି କାର୍‌ ଡିଲର କମ୍ପାନୀ ତୁସି ମୋଟର୍ସ ଓ ଖେଳ ଓ ଅଭିଯାନ କମ୍ପାନୀ ଗେମ୍‌ ଷ୍ଟାର୍ଟ ଭୁବନେଶ୍ୱରରେ ଏକ ରାଲିରେ ଆୟୋଜନ କରୁଛନ୍ତି।

Share