ଭୁବନେଶ୍ୱର,୨୩।୪(ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି କରୋନା ସଂକ୍ରମଣ। ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ସପ୍ତାହନ୍ତ ଶଟ୍ଡାଉନ୍। ଶନିବାର ଓ ରବିବାର ଦୁଇ ଦିନ ଧରି ସମସ୍ତ ସହରାଞ୍ଚଳରେ ଶଟ୍ଡାଉନ୍ କରାଯିବ। ପୂର୍ବରୁ ଏହି ଦୁଇ ଦିନ ସର୍ବସାଧାରଣ ଚଳପ୍ରଚଳ ଉପରେ ରୋକ ଲାଗିଥିଲା। ହେଲେ ଏବେ ଉଭୟ ଦିନ ସକାଳେ ଘଣ୍ଟାଏ ଲେଖାଏ କୋହଳ କରାଯିବ। ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ମର୍ଣ୍ଣିଂ ଓ୍ବାକ୍ ଓ ସାଇକ୍ଲିଂ ପାଇଁ ଏକ ଘଣ୍ଟା ସମୟ ମିଳିବ ବୋଲି ଶୁକ୍ରବାର ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି।