Categories: ଜାତୀୟ

ସଂସଦର ସ୍ବତନ୍ତ୍ର ଅଧିବେଶନ: ଧାଡିକିଆ ହ୍ବିପ ଜାରି କଲା ଭାଜପା…

ନୂଆଦିଲ୍ଲୀ,୧୪।୯ : ସେପ୍ଟେମ୍ବର ୧୮ରୁ ୨୨ ମଧ୍ୟରେ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନ ପାଇଁ ଭାଜପା ଦଳର ଏମପିମାନଙ୍କୁ ଏକ ଲାଇନ ହ୍ବିପ ଜାରି କରିଛି। ଏଥିରେ କୁହାଯାଇଛି୍‌ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ଏବଂ ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିବା ପାଇଁ ସମସ୍ତ ଏମପିଙ୍କୁ ସ୍ବତନ୍ତ୍ର ଅଧିବେଶନରେ ଉପସ୍ଥିତ ରହିବାକୁ ପଡ଼ିବ।

ଆବଶ୍ୟକ ହେଲେ ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବା ପାଇଁ ରାଷ୍ଟ୍ରପତିଙ୍କର ଅଧିକାର ଅଛି। ଏହି ବ୍ୟବସ୍ଥାକୁ ବ୍ୟବହାର କରି ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବା ପାଇଁ କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କଠାରୁ ସୁପାରିଶ କରିଛନ୍ତି। ସଂସଦର ପୁରୁଣା କୋଠା ପରେ ଏହି ବୈଠକ ନୂତନ କୋଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି। କେତେକ ରିପୋର୍ଟ ଅନୁସାରେଏହି ସମୟ ମଧ୍ୟରେ ପ୍ରାୟ ୧୦ ଟି ବିଲ ଆଗତ କରାଯିବାର ସମ୍ଭାବନା ରହିଛି।

ବର୍ତ୍ତମାନ ସୁଦ୍ଧା ସରକାର ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବା ବିଷୟରେ ବିସ୍ତୃତ ଭାବରେ କିଛି କହି ନାହାଁନ୍ତି। ଲୋକସଭା ସଚିବାଳୟ ପାଖରେ ମଧ୍ୟ ଏ ବିଷୟରେ କୌଣସି ସୂଚନା ନାହିଁ। ସଚିବାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ସଂସଦର ସ୍ବତନ୍ତ୍ର ଅଧିବେଶନ ପ୍ରଥମେ ୧୯୭୦ ଦଶକରେ ଡକାଯାଇଥିଲା। ସେବେଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଅନେକ ଥର ଆୟୋଜିତ ହୋଇଥିଲା।

Share