ବଲିଉଡ୍‌ ଫିଲ୍ମରେ ପ୍ରେମ ନିବେଦନ, ଏହି ଗୀତ ଗାଇ ସାଥୀଙ୍କୁ ମନାନ୍ତୁ

ମୁମ୍ବାଇ: ପ୍ରେମୀଯୁଗଳଙ୍କ ପାଇଁ ଫେବୃୟାରୀ ମାସଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ପ୍ରେମୀଯୁଗଳ ଏହି ଦିନକୁ ସ୍ମରଣୀୟ କରିବା ପାଇଁ କେତେ କ’ଣ କରିଥାନ୍ତି। ପ୍ରଥମ ଦିନକୁ ରୋଜ୍‌ ଡେ’ ଭାବରେ ପାଳନ କରୁଥିବା ବେଳେ ଦ୍ୱିତୀୟ ଦିନକୁ ପ୍ରପୋଜ ଡେ’ ବା ପ୍ରେମ ନିବେଦନ ଦିବସ ଭାବେ ପାଳନ କରିଥାନ୍ତି। ଏଥିରୁ ବି ବାଦ୍‌ ପଡ଼ିନି ବଲିଉଡ୍‌। ବଲିଉଡ୍‌ର କିଛି ଫିଲ୍ମ ଗୀତ ପ୍ରେମ ନିବେଦନ ଉପରେ ଆଧାରିତ। ଜାଣନ୍ତୁ ଏ ସମ୍ପର୍କରେ…

ଦିଲ୍‌ଓ୍ବାଲେ:


ଏହି ଯେମିତି ଦିଲ୍‌ଓ୍ବାଲେ ଫିଲ୍ମର ଗୀତ ‘ମୌକା ମିଲେଗା ତୋ ହମ୍‌ ବତାୟେଙ୍ଗ ତୁମ୍‌ହେ କିତ୍‌ନା ପ୍ୟାର୍‌ କର୍‌ତେ ହେ ସନ୍‌ମ’। ଗୀତଟି ଆଜିବି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛି। ଏବେ ସମୟ ଆସିଛି ଆପଣ ମଧ୍ୟ ଆପଣଙ୍କ ସାଥୀଙ୍କ ପାଇଁ ଏହି ଗୀତ ଗାଇ ତାଙ୍କ ମନ କିଣିପାରିବେ।

ଦେବଦାସ:


ଯେତେବେଳେ ରୋମାଣ୍ଟିକ୍‌ ଗୀତ କଥା ଉଠିବ ନିଶ୍ଚିତ ଶାହାରୁଖଙ୍କ ନାମ ହିଁ ଆସିବ। ଫିଲ୍ମ ଦେବଦାସରେ ଶାହାରୁଖଙ୍କ ଏକ ଗୀତ ‘ହମେସା ତୁମ୍‌କୋ ଚାହା’ ଭାରତୀୟ ଫିଲ୍ମ ଇତିହାସରେ ରେକର୍ଡ ସୃଷ୍ଟି କରିଥିଲା। ଏହି ଗୀତରେ ଐଶ୍ୱର୍ଯ୍ୟା ଏବଂ ଶାହାରୁଖଙ୍କ ଅଭିନୟ ଖୁବ୍‌ ଦମ୍‌ଦାର ଥିଲା। ଆପଣଙ୍କ ସାଥୀଙ୍କ ନିକଟରେ ଏହି ଗୀତ ଗାଇ ତାଙ୍କ ମନ ବି କିଣିପାରିବେ।

ମୁଝ୍‌ସେ ସାଦି କରୋଗୀ:


୨୦୦୪ରେ ବଲିଉଡ୍‌ର ଦବଙ୍ଗ ଖାନ୍‌ ତଥା ସଲମାନ ଖାନଙ୍କ ଫିଲ୍ମ ‘ମୁଝ୍‌ସେ ସାଦି କରୋଗୀ’ରେ ବିବାହ ପ୍ରସ୍ତାବ ନେଇ ସିଧା ଝିଅ ଘରକୁ ଯାଇଥିଲେ।

Share