ବୁଡ଼ି ଅଞ୍ଚଳରେ ପାରିପାର୍ଶ୍ୱିକ ଅନୁଦାନ ଧର୍ମକୁ ଆଖିଠାର, ସାଧାରଣରେ କ୍ଷୋଭ

ଭବାନୀପାଟଣା,୧୪।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଇନ୍ଦ୍ରାବତୀ ବହୁମୁଖୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପର ପାରିପାଶ୍ୱିକ ଉନ୍ନୟନ ପାଇଁ ଓଏଚ୍‌ପିସି ପକ୍ଷରୁ ଗତ ୧୭ ବର୍ଷରେ ପ୍ରାୟ ୪ କୋଟି ୩୩ ଲକ୍ଷ ୧୩ହଜାର ୬୫୬ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ହେଲେ ଯେଉଁ ବିସ୍ଥାପିତଙ୍କ ବଳିଦାନ ଯୋଗୁ ଇନ୍ଦ୍ରାବତୀ ପ୍ରକଳ୍ପ ନିର୍ମାଣ, ବିଜୁଳି ଉତ୍ପାଦନ ଓ ଜଳସେଚନ ସମ୍ଭବ ହୋଇ ଆଜି କଳାହାଣ୍ଡିର ଅର୍ଥନୈତିକ ଅଭିବୃଦ୍ଧି ହୋଇଛି, ସେହି ଅଞ୍ଚଳରେ ପାରିପାର୍ଶ୍ୱିକ ନିମନ୍ତେ କାହାରି ଆନ୍ତରିକତା ନ ଥିବା ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।

ପ୍ରାପ୍ତସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମୁଖୀଗୁଡାର ପାରିପାର୍ଶିକ ବିକାଶ କ୍ଷେତ୍ରରେ ୨୦୦୬-୦୭ ଓ ୨୦୦୭-୦୮ ଆର୍ଥିକ ବର୍ଷରେ ୧ କୋଟି ଟଙ୍କା ୨୮ ଲକ୍ଷ ମଧ୍ୟରୁ ୮୨ଲକ୍ଷ ଅନୁମୋଦନ ହୋଇଥିଲା। ୨୦୦୮-୦୯ ଆର୍ଥିକ ବର୍ଷରେ ଜୟପାଟଣା ବ୍ଲକରେ ୩୩/୧୧ କେଭିର ବିଦ୍ୟୁତ୍‌ ଉପକେନ୍ଦ୍ର ସ୍ଥାପନ ସହିତ ସ୍ଥାନୀୟ ବ୍ଲକର ୨୦ଟି ଗ୍ରାମରେ ବିଦ୍ୟୁତୀକରଣ ପାଇଁ ୧ କୋଟି ୪୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

୨୦୧୧-୧୨ ଆର୍ଥତ୍କ ବର୍ଷରେ ମୁଖୀଗୁଡା ଅଞ୍ଚଳରେ ବିଦ୍ୟୁତିକରଣରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳ ମାନଙ୍କ ରେ ବିଦ୍ଯଯତ କରଣ ପାଇଁ ୪୩ଲକ୍ଷ ୪୧ ହଜାର ୧୩୨ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟାଳୟ ଅଞ୍ଚଳରେ ଆଲୋକୀକରଣ ପାଇଁ ୨ ଲକ୍ଷ ୭୩ ହଜାର ୪୪୧ ଟଙ୍କା ଓ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରେ ଉଭୟ ମହିଳା ଓ ପୁରୁଷ ଶୌଚାଳୟ ନିର୍ମାଣ ପାଇଁ ୧ ଲକ୍ଷ ୪୩ ହଜାର ୬୯୦ଟଙ୍କା, ମୁଖୀଗୁଡା ବସଷ୍ଟାଣ୍ଡରେ ୨ଟି ଶୌଚାଳୟ, ତିନିକୋଣିଆ ଡିଭାଇଡର ନିର୍ମାଣ ପାଇଁ ୧ ଲକ୍ଷ ୧୫ ହଜାର ୬୯ ୩ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ମୁଖୀଗୁଡା ସହରର ଆମ୍ବେଦକର ଛକରୁ ପାୱାର ହାଉସ ଓ ପୁରୁଣା ମୁଖୀଗୁଡା ପର୍ଯ୍ୟନ୍ତ ରାସ୍ତା ମରାମତି ପାଇଁ ୧୧ଲକ୍ଷ ୧୧ହଜାର ୨୭୩ ଟଙ୍କା, ଜୁନାଗଡ ବ୍ଲକର ଭଇଁରୀଗୁଡା ଓ କୁରୁଗୁଡାରେ ୧୨୦ ୱାଟ୍‌ର ୨୫ଟି ଏଲଇଡି ଲାଇଟ୍‌ ବତିଖୁଣ୍ଟରେ ଖଞ୍ଜାଯିବା ପାଇଁ ୫ଲକ୍ଷ ୩୧ ହଜାର ୬୨୦ଟଙ୍କା, ଜୁନାଗଡ ଏନଏସିସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମର ଉନ୍ନତୀକରଣ ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଧର୍ମଗଡ ପଞ୍ଚାୟତ ଡିଗ୍ରୀ କଲେଜ ପରିସର ମଧ୍ୟରେ ୧୨୦ ୱାଟ୍‌ର ୨୫ଟି ଷ୍ଟ୍ରିଟ ଲାଇଟ୍‌ ଓ ୨ଟି ସୋଲାର ଲାଇଟ୍‌ ବ୍ୟବସ୍ଥା ପାଇଁ ୩ଲକ୍ଷ ୧୪ ହଜାର ୪୯୧ ଟଙ୍କା ମଞ୍ଜୁରୀ ହୋଇଛି। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ପୁରୁଣା ମୁଖୀଗୁଡା ଗ୍ରାମରେ ୧୨୦ ୱାଟ୍‌ର ଷ୍ଟ୍ରିଟ ଲାଇଟ୍‌ ବ୍ୟବସ୍ଥା ପାଇଁ ୧ଲକ୍ଷ ୫୭ହଜାର ୨୪୮ ଟଙ୍କା ଓ ମୁଖୀଗୁଡା ବସଷ୍ଟାଣ୍ଡରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଜୁନାଗଡ ଏନଏସିସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ ନିର୍ମାଣ ପାଇଁ ୫୦ଲକ୍ଷ ଓ ୨୫ ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ପାଇଁ ୧ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଜୟପାଟଣାରେ ପାର୍କ ନିର୍ମାଣ ଓ ମୁଖୀଗୁଡାରେ ଶିଶୁ ଉଦ୍ୟାନ ନିର୍ମାଣ ପାଇଁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପର ସିଏସ୍‌ଆର ପାଣ୍ଠିରୁ ୮୮ଲକ୍ଷ ୫୪ହଜାର ଟଙ୍କା ଅର୍ଥ ମଞ୍ଜୁର ହୋଇଛି। ଏଭଳି ଭାବେ ୨୦୦୬-୦୭ରୁ ୨୦୨୩-୨୪ ପର୍ଯ୍ୟନ୍ତ ମୋଟ ୪ କୋଟି ୩୩ ଲକ୍ଷ ୧୩ ହଜାର ୬୫୬ ଟଙ୍କା ଆର୍ଥିକ ରାଶି ପାରିପାର୍ଶିକ ବିକାଶ ଦିଗରେ ଖର୍ଚ୍ଚ ହୋଇଥିବା ସୂଚନା ଅଧିକାର ଆଇନ ତଥ୍ୟରୁ ଜଣାପଡିଛି। ଇନ୍ଦ୍ରାବତୀ ପ୍ରକଳ୍ପ ଯୋଗୁ ବିସ୍ଥାପିତ ହୋଇଥିବା ବୁଡି ଅଞ୍ଚଳରେ ବିକାଶ ପାଇଁ ପାରିପାର୍ଶିକ ଯୋଜନାର ଅନୁଦାନ ଖର୍ଚ୍ଚ ହେଉ ନ ଥିବାବେଳେ ଏହି ଟଙ୍କା ରାଜନେତା ଓ ଜନପ୍ରତିନିଧିଙ୍କ ମର୍ଜିରେ ଚାଲିଛି। ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ବିଜେଡିରେ ଚହଳ: ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, ଭାଜପା ସହ ହାତ ମିଳାଇ…

ଗଞ୍ଜାମ ବିଜେଡିରେ ହଲଚଲ। ଆସ୍କା ଏମପି ପ୍ରାର୍ଥୀ ରଂଜିତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲତିକା ପ୍ରଧାନ। ସେ କହିଛନ୍ତି,...

୫ବର୍ଷର ଝିଅ ପେଟରେ ଛୁରି ଭୁସି ମାରିଦେଲେ ବାପା

ଚିତ୍ରକୋଣ୍ଡା,୧୬।୧୦: ବାପା କଲେ ଏମିତି, ସାବତ ମା’ଙ୍କ କଥାରେ ପଡ଼ି ନିଜର ୫ବର୍ଷର ଝିଅକୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା...

ନବୀନଙ୍କ ଜନ୍ମଦିନରେ ସମୁହ ଦୀପଦାନ

ଛତ୍ରପୁର,୧୬।୧୦(ଦିଲ୍ଲୀପ ସାମଲ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଜି ୭୯ ବର୍ଷରେ ପାଦ ଥାପିଛନ୍ତି। ବୁଧବାର ତାଙ୍କ ଜନ୍ମଦିନ ।...

ଟ୍ରାଙ୍କୁଲାଇଜ ହୋଇ ହାତୀ ଛୁଆକୁ ନନ୍ଦନକାନନ ଅଣାଯାଉଛି

ଖୋର୍ଦ୍ଧା,୧୬।୧୦: ରାଉରକେଲାରେ ହାତୀ ପଲଙ୍କୁ ଟ୍ରେନ ଧକ୍କା ଦେବା ଘଟଣାରେ ଆହତ ହାତୀ ଛୁଆକୁ ଚିକିତ୍ସା ପାଇଁ ନନ୍ଦନକାନନ ଅଣାଯାଉଛି। ଟ୍ରାଙ୍କୁଲାଇଜ ପରେ ଆହତ ହାତୀକୁ...

ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼: ଏକ ପ୍ଲାଟୁନ ଫୋର୍ସ ମୁତୟନ

ବ୍ରହ୍ମପୁର, ୧୬।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗାଁ’ରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ବୋମାମାଡ ହୋଇଛି। ବୁଧବାର...

ଶ୍ୱଶୁର ଘରେ ଜ୍ୱାଇଁଙ୍କ ଉନ୍ମୁକ୍ତ କାଣ୍ଡ: ସ୍ତ୍ରୀ-ପୁତୁରାଙ୍କୁ ହାଣିଲେ

ବ୍ରହ୍ମଗିରି, ୧୬।୧୦(ସ୍ବାଧୀନ ଚମ୍ପତ୍ତିରାୟ): ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କୁସୁବେଣ୍ଟି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନିଜ ଶ୍ୱଶୁର...

ଅମଳ ପୂର୍ବରୁ ଧାନ ଫସଲରେ ରୋଗପୋକ

ବରଗଡ଼,୧୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଅଧିକ ଧାନଚାଷ ଯୋଗୁ କୃଷି ପ୍ରଧାନ ଜିଲା ଭାବେ ମଧ୍ୟ ଏହି ଜିଲା ପରିଚିତ। ହେଲେ ଏଠାରେ...

ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକଙ୍କ ଝିଅ

ଆଳି,୧୬।୧୦(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡା. ଦେବସ୍ମିତା ଶର୍ମାଙ୍କୁ ତାଙ୍କ ଶାଶୁଘର ଲୋକ ଯୌତୁକ ଲାଗି ନିର୍ଯାତନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri