ମହାତ୍ମା ଗାନ୍ଧୀଙ୍କ ଉପରେ ସ୍ବତନ୍ତ୍ର ଆଲୋଚନା ଆଜି

ଭୁବନେଶ୍ୱର,୨୩।୩(ବ୍ୟୁରୋ):  ମଙ୍ଗଳବାର ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ଶହେ ବର୍ଷ ପୂରଣ ହେବ। ସେଥିପାଇଁ ବିଧାନସଭାରେ ଏକ ସ୍ବତନ୍ତ୍ର ଆଲୋଚନା ହେବ। ଏ ନେଇ ସର୍ବସମ୍ମତି କ୍ରମେ ଏକ ସଙ୍କଳ୍ପ ପାରିତ କରାଯିବ। ସୋମବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକ ପରେ ବାଚସ୍ପତି ବିଧାନସଭାରେ ଏ ନେଇ ସୂଚନା ଦେଇଛନ୍ତି। ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରୁ ମଧ୍ୟାହ୍ନ ୧ଟା ୩୦ ମିନିଟ୍‌ ଯାଏ ଏହି ଆଲୋଚନା ହେବ। ସେଥିପାଇଁ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନାକୁ ବାତିଲ କରାଯାଇଛି ବୋଲି ବାଚସ୍ପତି ଘୋଷଣା କରିଛନ୍ତି।

Share