ପୁରୀ ଓ ରାଉରକେଲା ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍‌

ରାଉରକେଲା ଏବଂ ପୁରୀ ମଧ୍ୟରେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରାଇବା ପାଇଁ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରାଉରକେଲାଠାରୁ ଏହି ଟ୍ରେନ୍‌ ଅଗଷ୍ଟ ୨୪ରୁ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ। ସେହିଭଳି ପୁରୀରୁ ଅଗଷ୍ଟ ୨୫ରେ ଛାଡି ରାଉରକେଲା ଅଭିମୁଖେ ଯାତ୍ରା କରିବ। ରେଳପଥର ସୂଚନା ଅନୁସାରେ ଏହି ଟ୍ରେନ ବିଭାଗ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଚଳାଚଳ କରିବ। ରାଉରକେଲାଠାରୁ ଏହି ଟ୍ରେନ୍‌ ପୂର୍ବାହ୍ନ ୮ଘ.୦୫ମି.ରେ ଛାଡିବାକୁ ଥିବାବେଳେ ପୁରୀରୁ ଏହି ଟ୍ରେନ ଭୋର ୪ଘ.୩୫ମି.ରେ ଛାଡ଼ିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।