ଆର୍‌ଆର୍‌ବି ପରୀକ୍ଷା ପାଇଁ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୨୩।୮(ଡି.ଏନ୍‌.ଏ.):ରେଳପଥ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ପାଇଁ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ୦୮୦୪୬/୦୮୦୪୫ ହାତିଆ-କଟକ-ହାତିଆ ୨୨ ଏବଂ ୨୪ ଅଗଷ୍ଟ ଅପରାହ୍ନ ୪ଟା ୫୦ରେ ହାତିଆରୁ ଛାଡିବ। ୨୩ ଓ ୨୫ ଅଗଷ୍ଟ ରାତି ୯ଟା ୪୦ମି.ରେ କଟକଠାରୁ ହାତିଆ ଯାତ୍ରା କରିବ। ହାତିଆ ଓ କଟକ ମଧ୍ୟରେ ରାଉରକେଲା, ଝାରସୁଗୁଡା, ସମ୍ବଲପୁର ସିଟି, ଅନୁଗୋଳ ଓ ଢେଙ୍କାନାଳ ଷ୍ଟେଶନରେ ଟ୍ରେନ୍‌ କିଛି ସମୟ ରହଣି କରିବ। ତେବେ ଏଥିରେ ୨ଟି ଏସି -୩ ଟାୟାର୍‌, ୪ଟି ସ୍ଲିପର୍‌ କ୍ଲାସ୍‌, ୩ଟି ଦ୍ୱିତୀୟ ଶ୍ରେଣୀ ଚେୟାର୍‌ କାର୍‌, ୫ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ ଏବଂ ୨ଟି ଗାର୍ଡ ତଥା ଲଗେଜ୍‌ ଭ୍ୟାନ୍‌ ଉପଲବ୍ଧ ରହିଛି।

Share