ନୂଆଦିଲ୍ଲୀ,୨୬ ।୬: କାମାକ୍ଷା ମନ୍ଦିର ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ରେଲୱେ ଏକ ଉପହାର ଦେଇଛି । ଶ୍ରଦ୍ଧାଳୁଙ୍କ ପାଇଁ ରେଲୱେ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରେନ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି । ନୂଆଦିଲ୍ଲୀରୁ ଏହା ରବିବାର ଯାତ୍ରା ଆରମ୍ଭ କରିବ । ଟ୍ରେନଟି କାନପୁର ସେଣ୍ଟ୍ରାଲ, ପ୍ରୟାଗ ଜଙ୍କସନ, ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଜଙ୍କସନ, ପାଟଳିପୁତ୍ର, ବରୌନି, କଟିହାର ଜଙ୍କସନ, ନ୍ୟୁ ଜଲପାଇଗୁଡି, ନ୍ୟୁ ବୋଗାଂଇଗାଁ ଓ ନୋଲପାଡା ଷ୍ଟେଶନରେ ଅଟକିବ । ଟ୍ରେନ୍ ନମ୍ବର ୦୪୦୦୨ ନୂଆଦିଲ୍ଲୀ କାମାକ୍ଷା ସ୍ପେଶାଲ ଟ୍ରେନ୍ ନୂଆଦିଲ୍ଲୀରୁ ରାତି ୧୨ଟା ୦୫ରେ ଛାଡିବ । ଏଥିରେ ସବୁ ଶ୍ରେଣୀର କୋଚ ରହିଛି ।
Posted inଜାତୀୟ