Advertisement

ଶାବର ଶ୍ରୀକ୍ଷେତ୍ରରୁ ପୁରୀକୁ ଚାଲିବ ସ୍ବତନ୍ତ୍ର ଟ୍ରେନ

କୋରାପୁଟ,୨୮ା୬(ସ୍ବ.ପ୍ର.): ଜୁଲାଇ ୧ରେ ପୁରୀରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ କୋରାପୁଟ ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର ଧାମକୁ ପୂର୍ବତଟ ରେଳପଥ ପକ୍ଷରୁ ଗୋଟିଏ ସ୍ବତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚାଲିବ ବୋଲି କୋରାପୁଟ ଷ୍ଟେଶନ ମ୍ୟାନେଜର ନନ୍ଦକିଶୋର ଭିତରେ ସୂଚନା ଦେଇଛନ୍ତି।

ଏହି ସ୍ବତନ୍ତ୍ର ଟ୍ରେନ ଆସନ୍ତା ୩୦ ତାରିଖ ଅପରାହ୍ନରେ ଛତିଶଗଡର ଜଗଦଲପୁରରୁ ବାହାରି ଭାୟା କୋରାପୁଟ ଦେଇ ପୁରୀ ଯାତ୍ରା କରିବ। କୋରାପୁଟ ଷ୍ଟେସନରେ ରାତି ୯ଟାରୁ ବାହାରି ୧ ତାରିଖ ସକାଳ ୧୦ ଟାରେ ପୁରୀରେ ପହଞ୍ଚତ୍ବ। ସେହିପରି ପୁରୀରୁ ୧ ତାରିଖ ରାତି ୧୦୦ଟାରୁ ବାହାରି କୋରାପୁଟରେ ଜୁଲାଇ ୨ ତାରିଖ ସକାଲ ୯ଟାରେ ପହଞ୍ଚିବ ବୋଲି ସୂଚନା ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share