୭ ମଣ୍ଡପରେ ସ୍ବତନ୍ତ୍ର ମହିଳା ପୋଲିସ ସୁରକ୍ଷା ଦଳ: ଏଥର ୧୨ ସ୍ଥାନରେ ରାବଣ ପୋଡ଼ି

ଭୁବନେଶ୍ୱର,୧୦/୧୦(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱରରେ ଏଥର ଶୃଙ୍ଖଳିତ ତଥା ସୁରକ୍ଷିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ହୋଇଛି। ବୁଧବାର ପୋଲିସ କମିଶନରେଟ୍‌ କାର୍ଯ୍ୟଳୟରେ ପ୍ରାକ ପ୍ରସ୍ତୁତି ବୈଠକ ଜରିଆରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ବୈଠକରେ ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ, ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂଜା ସମୟରେ ଆପରାଧିକ କାର୍ଯ୍ୟକଳାପ ଉପରେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି। ଚଳିତ ବର୍ଷ ଭୁବନେଶ୍ୱରରେ ୧୮୭ ମେଢ଼ ହୋଇଥିବାବେଳେ ଏହାକୁ ୩ଟି ଶ୍ରେଣୀଭକ୍ତ କରାଯାଇଛି। ‘ଏ’ ଶ୍ରେଣୀରେ ୪୮ଟି ମେଢ଼, ‘ବି’ ରେ ୭୧ ଓ ‘ସି’ ରେ ୬୮ ମେଢ଼ ରହିଛି। ତେବେ ୨୨ଟି ଚାନ୍ଦି ମେଢ଼ ଥିବାବେଳେ ପ୍ରତ୍ୟେକ ମଣ୍ଡପରେ ୩ ଏପିଆର୍‌ ବନ୍ଧୁକ ଧରି ସୁରକ୍ଷା ଦେବେ। ପୂଜା ପାଇଁ ୨ ଡିସିପି, ୧୦ ଅତିରିକ୍ତ ଡିସିପି, ୨୨ ଏସିପି/ଏସି, ୨୪୫ ଅଫିସର, ୬୫୭ ବିଭିନ୍ନ ଫୋର୍ସ, ୩୨୮ ହୋମଗାର୍ଡ, ଗୋଟିଏ ପ୍ଲାଟୁନ୍‌ ବିଏସ୍‌ଏଫ୍‌ ଓ ୬୩ ସେକ୍ସନ୍‌ ରିଜର୍ଭ ଫୋର୍ସ ନିୟୋଜିତ ହୋଇଛନ୍ତି। ଏଥିସହ ୧୩ଟି ମୋବାଇଲ ପାଟ୍ରୋଲିଂ ଗଠନ ହୋଇଥିବାବେଳେ ସେମାନେ ପଳାଶୁଣୀରୁ ସିଆର୍‌ପି ଛକ, ରସୁଲଗଡରୁ କଳ୍ପନା ଛକ, ବାଣୀବିହାରରୁ ରାଜମହଲ ଛକରେ ଜୋନ୍‌ ଏସିପିଙ୍କ ନେତୃତ୍ୱରେ କାମ କରିବେ। ନୟାପଲ୍ଲୀ, ଶହୀଦନଗର, ରସୁଲଗଡ଼, ଝାରପଡ଼ା ଆଦି ୧୩ଟି ମଣ୍ଡପରେ ସ୍ବତନ୍ତ୍ର ପୋଲିସ ନିୟୋଜିତ ହୋଇଛନ୍ତି। ନୟାପଲ୍ଲୀ, ଶହୀଦନଗର, ରସୁଲଗଡ଼, ଝାରପଡ଼ା ଆଦି ୭ ମଣ୍ଡପରେ ସ୍ବତନ୍ତ୍ର ମହିଳା ପୋଲିସ ସୁରକ୍ଷା ଦଳ ନିୟୋଜିତ ହୋଇଛନ୍ତି। ୧୨ଟି ମଣ୍ଡପରେ ରାତି ୧୨ରୁ ଭିଡ଼ କମିବା ଯାଏ ସ୍ବତନ୍ତ୍ର ପୋଲିସ ନିୟୋଜିତ ରହିବେ। ମହାଷ୍ଟମୀ ପାଇଁ ସକାଳ ସମୟରେ ନୟାପଲ୍ଲୀ, ଝାରପଡ଼ା, ରସୁଲଗଡ଼ ଆଦି ମଣ୍ଡପରେ ଅତିରିକ୍ତ ମହିଳା କର୍ମଚାରୀ ରହିବେ। ପୂଜା ପାଇଁ ୩ଟି ଷ୍ଟ୍ରାଇକିଙ୍ଗ ଫୋର୍ସ ହୋଇଥିବାବେଳେ ୫ ମଣ୍ଡପରେ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା ହୋଇଛି। ବିଭିନ୍ନ ବିଭାଗର କର୍ମଚାରୀ ଓ ପୋଲିସକୁ ନେଇ ଏକ ଜଏଣ୍ଟ୍‌ ଇନ୍ସପେକ୍ସନ୍‌ ଟିମ୍‌ ଗଠନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Pahalgam Attack: ଆକ୍ରମଣବେଳେ ଜାମା ମସଜିଦରେ ଚାଲିଥିଲା ଏମିତି, ସେଦିନ ନମାଜ ପାଠ ସାରି ମୁସଲମାନମାନେ କହିଥିଲେ…

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ହମଲାରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ପରେ ସମଗ୍ର...

ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ! AIର ଭୟଙ୍କର ଆକଳନ

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି...

ମଦ ବିରୋଧରେ ତାତିଲେ ମହିଳା

କୁତ୍ରା,୨୭ା୪(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅଧୀନ ବୁଡାକଟା ଗ୍ରାମର ମହିଳାମାନେ ରବିବାର ମଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। ୫୦ରୁ ଊର୍ଦ୍ଧ୍ୱ ମହିଳା...

Recharge Plan: ଥରେ ରିଚାର୍ଜ କଲେ ୨୦୨୬ଯାଏ ପୁରା ଫ୍ରି, ଦିନକୁ ମିଳିବ ୨.୫ଜିବି ଡାଟା

ଯଦି ଆପଣ ୨୮, ୫୬ କିମ୍ବା ୮୪ ଦିନର ଭ୍ୟାଲିଡିଟି ସହିତ ରିଚାର୍ଜ ପ୍ଲାନ ନେବାକୁ ଚାହୁଁନାହାଁନ୍ତି ଏବଂ ବାରମ୍ବାର ରିଚାର୍ଜ କରିବାର ଅସୁବିଧା ଚାହୁଁନାହାଁନ୍ତି,...

Pakistan: ଭାରତ ପାଇଁ ୨୩ବର୍ଷ ଗୁପ୍ତଚର କରିଥିଲେ ପାକିସ୍ତାନର ଏହି ଟପ୍‌ କମାଣ୍ଡର, ଶେଷ ବେଳକୁ…

ନୂଆଦିଲ୍ଲୀ,୨୭।୪: ଯବାନମାନେ ନିଜକୁ ଆଉ ନିଜ ପରିବାରକୁ ଭୁଲି ଦେଶ ପାଇଁ ଜୀବନ ଦିଅନ୍ତି। କିନ୍ତୁ ଏପରି କିଛିଜଣ ଯବାନ ଅଛନ୍ତି ଯେଉଁମାନେ ଶତ୍ରୁଦେଶରେ ଧରାପଡ଼ିବା...

ଭଞ୍ଜଙ୍କ କାବ୍ୟ, କବିତାର ସୁରକ୍ଷା କରାଯିବ: ବିଧାୟକ

ଭଞ୍ଜନଗର,୨୭।୪(ବାବୁଲା ପ୍ରଧାନ): ଶ୍ରୀବିଘ୍ନରାଜ ଚାରିଟେବୁଲ ଏବଂ ସମ୍ଭବ ସାହିତ୍ୟ ପରିବାର ପକ୍ଷରୁ ରାଜ୍ୟସ୍ତରୀୟ ଭଞ୍ଜ ସାହିତ୍ୟ ଆଲୋଚନାଚକ୍ର ଶନିବାର ଭୁବନେଶ୍ବରସ୍ଥିତ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଛି...

ପାହଡ଼ ଉପରୁ ମିଳିଲା ଯୁବକଙ୍କ ମୃତଦେହ: ପରିଚୟ ଖୋଜୁଛି ପୋଲିସ

ସୋରଡ଼ା,୨୭ା୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡଗଡ ଥାନା ଏକଲପୁର ପଞ୍ଚାୟତ ହରିପୁର ଗ୍ରାମ ନିକଟ ପାହାଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକଙ୍କ...

Pakistan: ଦିଲ୍ଲୀରେ ହଲଚଲ: ଯେକୌଣସି ମୂହୁର୍ତ୍ତରେ ହେବ ଆକ୍ସନ

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image