Categories: ବାଣିଜ୍ୟ

ଆକର୍ଷଣୀୟ ରେସିଂ କଳା ପ୍ରଦର୍ଶନ

ଭୁବନେଶ୍ୱର,୧୨।୧୦ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ଓଡ଼ିଶା ୟୁନିଟ୍‌ ପକ୍ଷରୁ ବୁଧବାର ଏକ ଆକର୍ଷଣୀୟ ରେସିଂ କଳା ‘ପଲ୍‌ସରମାନିଆ ୨.୦’ ପ୍ରଦର୍ଶନ ଭୁବନେଶ୍ୱରର ଜାଗମରା ମେଲଣ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ବହୁ ପ୍ରତୀକ୍ଷିତ ତଥା ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ଦି ଅଲ୍‌ ନ୍ୟୁ ପଲ୍‌ସର ଏନ୍‌୧୫୦କୁ ଉନ୍ମୋଚନ ସହ ପ୍ରଦର୍ଶିତ କରାଯାଇଥିଲା। ବିଶେଷକରି ବଜାଜର ବିଭିନ୍ନ ମଡେଲକୁ ବ୍ରାଣ୍ଡ୍‌ର ଅଭିଜ୍ଞ ତଥା ଦକ୍ଷ ଚାଳକ (ଡ୍ରାଇଭର) ଆକର୍ଷଣୀୟ କଳା ମାଧ୍ୟମରେ ପ୍ରଦର୍ଶନୀ କରିଥିଲେ। ଏହି ଅବସରରେ ବଜାଜ ଅଟୋ ଲିମିଟେଡ୍‌ର ଆର୍‌ଏମ ୍‌(ସେଲ୍‌ସ) କଲ୍ୟାଣ ରେଡ୍ଡୀ, ଏଏମ୍‌ ସନ୍ତୋଷ ଦାଶଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ବଜାଜ ଅଟୋ ଲିମିଟେଡ୍‌ର ଆର୍‌ଏମ୍‌ (ସେଲ୍‌ସ) କଲ୍ୟାଣ ରେଡ୍ଡୀ କହିଥିଲେ, କମ୍ପାନୀ ପକ୍ଷରୁ ପଲ୍‌ସରମାନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହା ଜରିଆରେ ଆମେ ଆମର ବ୍ରାଣ୍ଡ୍‌ର ବିଭିନ୍ନ ମଡେଲ ଓ ତା’ର ଦକ୍ଷତା ବିଷୟରେ ସବୁ ବର୍ଗର ଚାଳକ ଓ ମାଲିକମାନଙ୍କୁ ଦେଖାଇବାକୁ ଚାହିଁଥାଉ। କାରଣ କମ୍ପାନୀର ଅଭିଜ୍ଞ ଚାଳକମାନେ ପଲ୍‌ସର ଜରିଆରେ ଗାଡ଼ି ଚାଳନାର ବିଭିନ୍ନ କଳାକୌଶଳ ଜନଗହଳି ଅଞ୍ଚଳରେ ପ୍ରଦର୍ଶନକରି ଗାଡି ଓ ମଡେଲର ବିଶେଷତ୍ୱ ସମ୍ପର୍କରେ ଅବଗତ କରାଇଥାନ୍ତି। ଉଲ୍ଲେଖଯୋଗ୍ୟ, ୨ୟ ଥର ପାଇଁ ଭୁବନେଶ୍ୱରରେ ପଲ୍‌ସରମାନିଆ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି।

Share