Advertisement
Categories: ବାଣିଜ୍ୟ

ମାର୍ଚ୍ଚ ପହିଲାରୁ ସ୍ପେକ୍ଟ୍ରମ ନିଲାମ

ନୂଆଦିଲ୍ଲୀ: ମାର୍ଚ୍ଚ ପହିଲାରୁ ସ୍ପେକ୍ଟ୍ରମ ନିଲାମ ଆରମ୍ଭ ହେବ। ୩.୯୨ ଲକ୍ଷ କୋଟି ଟଙ୍କାର ରେଡିଓ ଓ୍ବେଭକୁ ଏଥର ନିଲାମ କରାଯିବ ବୋଲି ଜଣାପଡିଛି। ଟେଲିକମ ବିଭାଗ ବୁଧବାର ଏ ନେଇ ବିଧିବଦ୍ଧ ନୋଟିସ ଜାରି କରିଛି। ରେଡିଓ ଓ୍ବେଭର ମୂଳ ମୂଲ୍ୟ ସମ୍ପର୍କରେ ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ସୁପାରିସ କରିବାର ୨ ବର୍ଷ ପରେ ବା ମୋଟ ୪ ବର୍ଷ ବ୍ୟବଧାନରେ ପୁଣି ଥରେ ସ୍ପେକ୍ଟ୍ରମ ନିଲାମ ହେଉଛି। ଚଳିତ ମାସ ୧୨ରେ ଟେଲିକମ ବିଭାଗ ପ୍ରିବିଡ୍‌ କନ୍‌ଫରେନ୍ସ ଡାକିଛି। ସେହିଭଳି ଜାନୁୟାରୀ ୨୮ ସୁଦ୍ଧା ନୋଟିସ ଉପରେ ପ୍ରତିକ୍ରିୟା ଲୋଡାଯାଇଛି। ଟେଲିକମ ଅପରେଟର ନିଲାମରେ ଭାଗନେବା ଲାଗି ସେମାନଙ୍କ ଆପ୍ଲିକେଶନକୁ ଫେବୃୟାରୀ ୫ ମଧ୍ୟରେ ପଇଠ କରିପାରିବେ। ଫେବୃୟାରୀ ୨୪ରେ ବିଡରଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ମାର୍ଚ୍ଚ ପହିଲାରୁ ନିଲାମ ପ୍ରକ୍ରିୟା ସମ୍ପାଦନ ହେବ। ୨.୨୫୧.୨୫ ମେଗାହର୍ଜ ସ୍ପେକ୍ଟ୍ରମର ନିଲାମ ଲାଗି କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହାର ମୋଟ ମୂଲ୍ୟ ପ୍ରାୟ ୩.୯୨ ଲକ୍ଷ କୋଟି ଟଙ୍କା ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share