‘ଧରିତ୍ରୀ’ ୫୦ ବର୍ଷ ପାଳନ ଅବସରରେ ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି ସମ୍ପର୍କିତ ବକ୍ତୃତା ପ୍ରତିଯୋଗିତା

ବ୍ରହ୍ମପୁର,୧୩ା୭(ସ୍ମୃତିରଞ୍ଜନ ମହାଲିକ): ‘ଧରିତ୍ରୀ’ ଖବରକାଗଜର ୫୦ ବର୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ଗୋପାଳପୁର ଅନ୍‌ ସି ମହାବିଦ୍ୟାଳୟଠାରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ବୁଧବାର ଆୟୋଜିତ ହୋଇଥିଲା। ‘ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି’ ବିଷୟ ଉପରେ ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟର ବହୁ ଛାତ୍ରୀଛାତ୍ର ଅଂଶଶ୍‌ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାକୁ ଗୋପାଳପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ରାମପ୍ରସାଦ ପଣ୍ଡା ଶୁଭାରମ୍ଭ କରିବା ସହ ‘ଧରିତ୍ରୀ’ର ଆୟୋଜନକୁ ନେଇ ଭୂୟସୀ ପ୍ରଶଂସା କରିଥିଲେ। ଧରିତ୍ରୀ ଡେପୁଟି ନିୟୁଜ ଏଡିଟର ଲାଲା ସୁନୀଲ କୁମାର ରଥ ଯୋଗଦେଇ ଧରିତ୍ରୀ ସମ୍ପର୍କରେ ସୂଚନା ଦେବା ସହ ୫୦ ବର୍ଷ ପାଳନର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଉକ୍ତ ପ୍ରତିଯୋଗିତାର  ଏସ୍‌ ସୁପ୍ରିୟା ରେଡ୍ଡି, ପ୍ରଥମ, ଦ୍ୱିତୀୟ ଯୁଗ୍ମ ଭାବେ ସଂପର୍ଣ୍ଣା ପ୍ରଧାନ ଓ ଜୁପିଟର ଶତପଥୀ, ପ୍ରଭାସିନୀ ମହାରଣା ତୃତୀୟ ହୋଇଥିଲେ। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗର ଆସୋସିଏଟ୍‌ ପ୍ରଫେସର ଡ. ଜୟନ୍ତ କୁମାର ପଣ୍ଡା ଓ ଗୋପାଳପୁର ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ଅଧ୍ୟାପକ ମନୋଜ କୁମାର ପଟ୍ଟନାୟକ ଯୋଗଦେଇଥିଲେ। ବ୍ରହ୍ମପୁର ସଂସ୍କରଣ ଡେସ୍କ ମୁଖ୍ୟ ସରୋଜ ପଟ୍ଟନାୟକ, ବରିଷ୍ଠ ଖବରଦାତା ନରସିଂହ ସାହୁ, ଧରିତ୍ରୀ ଜିଲା ପ୍ରତିନିଧି ସ୍ମୃତିରଞ୍ଜନ ମହାଲିକ, ବ୍ରହ୍ମପୁର ପ୍ରସାରଣ ବିଭାଗର ମଳୟ କୁମାର ସାହୁ, ଖବରଦାତା ସୁବାସ ପାଢ଼ୀ, ତନୁଶ୍ରୀ ନାହାକ, ବାଣପୁର ଖବରଦାତା ଦିଲୀପ କୁମାର ସ୍ବାଇଁ ଓ ବ୍ରହ୍ମପୁର ଫଟୋଗ୍ରାଫର ସମୀର କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ।

Share