ନୂଆଦିଲ୍ଲୀ,୨୭।୭: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ରାଜ୍ୟ ସଭା ଏବଂ ଲୋକ ସଭାରେ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଭାଜପା ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଏମ୍ପିଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି। ଦେଶ ସ୍ବାଧୀନ ବେହାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସମସ୍ତ ଏମ୍ପି ଗାଁରେ ୭୫ ଘଣ୍ଟା ବିତାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଗାଁ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରାଇବା ଲାଗି ସେ ଏମ୍ପିଙ୍କୁ କହିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୯ଟା ୩୦ରେ ସଂସଦ ଭବନର ଲାଇବ୍ରେରୀ ବିଲ୍ଡିଂର ଜି.ଏମ୍.ସି. ବାଲାଯୋଗୀ ଅଡ଼ିଟୋରିୟମ୍ରେ ଅନୁଷ୍ଠିତ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ଏମ୍ପିଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି।