Advertisement

ଏସବୁ ସ୍ଥାନରେ ମନଖୋଲି ଖର୍ଚ୍ଚ କରନ୍ତୁ ଟଙ୍କା; ସୌଭାଗ୍ୟ ବଢ଼ିବ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ର ଆଜି ବି ପ୍ରାସଙ୍ଗିକ। ଏଥିରେ ଜୀବନକୁ ସରଳ କରିବା ଲାଗି ଅନେକ ନୀତି ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିରୁ ଗୋଟିଏ ହେଲା ଧନ ଖର୍ଚ୍ଚ କରିବା। ଚାଣକ୍ୟ କୁହନ୍ତି, କେଉଁଠି ଖର୍ଚ୍ଚ କରିବେ, ନ କରିବେ ତାହା ଜାଣି ରଖିବା ଉଚିତ। ନଚେତ ପଶ୍ଚାତାପ କରିବା ସାର ହେବ।

ରୋଗୀଙ୍କୁ ସହାୟତା: ଚାଣକ୍ୟ କୁହନ୍ତି ଗରିବ ରୋଗଗ୍ରସ୍ଥ ଲୋକଙ୍କ ସହାୟତା କରିବା ଲାଗି ଯେତିକି ହୋଇପାରିବ କରନ୍ତୁ। ଏଭଳି କରିଲେ ଭଗବାନ ପ୍ରସନ୍ନ ହେବା ସହ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇଥାଏ।

ଦରିଦ୍ରଙ୍କୁ ସହାୟତା: ସର୍ବଦା ଗରିବ ଏବଂ ଆବଶ୍ୟକତା ଲୋକଙ୍କ ସହାୟତା କରିବା ଉଚିତ। ଚାଣକ୍ୟ କୁହନ୍ତି, ଏପରି କଲେ ପୂଣ୍ୟ ମିଳେ। ଏଥିପାଇଁ ଆପଣ ଗରିବ ଶିଶୁଙ୍କ ଶିକ୍ଷାରେ ଧନ ଖର୍ଚ୍ଚ କରିପାରିବେ। ଏପରି କଲେ ଭଗବାନ ପ୍ରସନ୍ନ ହୋଇଥାନ୍ତି।

ସାମାଜିକ କାର୍ଯ୍ୟ: ଚାଣକ୍ୟ କୁହନ୍ତି, ଯାହା ବି ରୋଜଗାର କର ତାର କିଛି ଅଂଶ ସାମାଜିକ କାର୍ଯ୍ୟରେ ଲଗାଇବା ଉଚିତ। ଏହାଛଡ଼ା ଡାକ୍ତରଖାନା ଏବଂ ସ୍କୁଲ ଆଦିକୁ ଦାନ କରିପାରିବେ। ଏହାଦ୍ୱାରା ସୌଭାଗ୍ୟ ବୃଦ୍ଧି ପାଇଥାଏ। ଏଥିସହ ସମାଜରେ ପ୍ରତିଷ୍ଠା ବଢ଼ିଥାଏ।

ଧର୍ମସ୍ଥଳ ପାଇଁ ଦାନ: ଚାଣକ୍ୟ କୁହନ୍ତି ଧର୍ମ ସ୍ଥଳରେ ଦାନ କରିବା ଦ୍ୱାରା ଜୀବନରେ ସକରାତ୍ମକତା ବୃଦ୍ଧି ପାଇଥାଏ। ଫଳରେ ନିଜ ସହ ପରିବାରରେ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି ପାଇଥାଏ।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel