ଅଧିକ ସମୟ ଭିଡିଓ ଗେମ୍‌ ଦେଖୁଥିଲେ…

ଭିଡିଓ ଗେମ୍‌ ଖେଳିବା କେବଳ ଛୋଟ ପିଲା ନୁହନ୍ତି ଯୁବପିଢ଼ି ମଧ୍ୟ ପଛରେ ପଡିନାହାନ୍ତି। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ। ହେଲେ ଅନେକଙ୍କର ଏହା ଏକ ଅଭ୍ୟାସରେ ପଡିଯାଇଥାଏ। ଏହାଦ୍ୱାରା ନିଜର ଅନ୍ୟ କାମ ପ୍ରଭାବିତ ହୋଇଥାଏ। ଅଧିକ ସମୟ ଭିଡିଓଗେମ୍‌ ଖେଳିଲେ ତାହାର ପ୍ରଭାବ ମସ୍ତିଷ୍କର କାର୍ଯ୍ୟଧାରା ଉପରେ ପଡିଥାଏ ବୋଲି ଜଣାପଡିଛି। ‘ଅଧିକ ସମୟ ଭିଡିଓଗେମ୍‌ ଖେଳିବା ଏବଂ ମସ୍ତିଷ୍କର କାର୍ଯ୍ୟଧାରା’ ବିଷୟକୁ ନେଇ କାଲିଫର୍ନିଆ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଅଧିକ ସମୟ ଭିଡିଓଗେମ୍‌ ଖେଳୁଥିବା ପିଲାମାନଙ୍କର ମସ୍ତିଷ୍କର କାର୍ଯ୍ୟଧାରା ଏହାଦ୍ୱାରା ପ୍ରଭାବିତ ହେଉଥିବା ଜଣାପଡିଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।