Categories: ଫୁରସତ

ସ୍ଫେୟର୍‌ ବେଡ୍‌

ପ୍ରସିଦ୍ଧ ବେଡ୍‌ ଡିଜାଇନର୍‌ କରିମ୍‌ ରସିଦ୍‌ଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଏହି ଖଟରେ ୩୨ ଇଞ୍ଚର ଏକ ଏଲ୍‌ଇଡି ଟିଭି ଲାଗିଥିବା ସହ ମୁହଁ ଦେଖିବା ପାଇଁ ଏକ ଆକର୍ଷଣୀୟ ଦର୍ପଣ, ଖଟକୁ ଆଲୋକିତ କରିବା ପାଇଁ ଏକାଧିକ ଏଲ୍‌ଇଡି ଲାଇଟ୍ସ, କୋଲ୍ଡଡ୍ରିଙ୍କ୍ସ ଅଥବା ସାମ୍ପେନ୍‌ ରଖିବା ପାଇଁ ଏକ ହୋଲ୍ଡର ତଥା ସାଉଣ୍ଡ ସିଷ୍ଟମ୍‌ ଆଦିର ସୁବିଧା ରହିଛି। ତା’ସହିତ ଶରୀରର ଥକ୍କାପଣକୁ ଦୂର କରିବା ପାଇଁ ଏହି ଖଟରେ ରହିଥିବା ଗଦିରେ ଏକ ସ୍ବତନ୍ତ୍ର ଧରଣର ମସାଜ୍‌ ୟୁନିଟ୍‌ ମଧ୍ୟ ଲଗାଯାଇଛି। ଏଥିସହିତ ପ୍ରେମୀଯୁଗଳ ବା ନବଦମ୍ପତିଙ୍କ ଜୀବନରେ ପ୍ରେମର ରଙ୍ଗ ଭରିଦେବା ପାଇଁ ଏହି ଖଟକୁ ସମ୍ପୂର୍ଣ୍ଣ ନାଲି ରଙ୍ଗରେ ଡିଜାଇନ୍‌ କରାଯାଇଛି; ସେଥିପାଇଁ ଏହାର ଦାମ୍‌ ପ୍ରାୟ ୫୦ ହଜାର ଡଲାର୍‌ ରଖାଯାଇଛି। ସ୍ଫେୟର୍‌ ବେଡ୍‌ ନାମରେ ପରିଚିତ ଏହି ବେଡ୍‌ର ଆକର୍ଷଣୀୟ ରୂପ ହିଁ ଏହାକୁ ଅଧିକ ଲୋକପ୍ରିୟ କରିଦେଇଛି।

Share