Advertisement
Categories: ଜାତୀୟ

ସ୍ପାଇସଜେଟ୍‌ର ବଦାନ୍ୟତା: ୫ଶହ ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ଦେଲା ଚାକିରି

ନୂଆଦିଲ୍ଲୀ,୨୦।୪: ଆର୍ଥିକ ମାନ୍ଦାବସ୍ଥା କାରଣରୁ ବନ୍ଦ ହୋଇଯାଇଛି ଜେଟ୍‌ ଏୟାରଓ୍ବେଜ୍‌। ଫଳରେ ହଜାର ହଜାର କର୍ମଚାରୀ ରୋଜଗାର ହରାଇଛନ୍ତି। ଏତିକିବେଳେ କିନ୍ତୁ ସହାୟତାର ହାତ ବଢାଇଛି ସ୍ପାଇସ୍‌ଜେଟ୍‌। କମ୍‌ ଦାମରେ ବିମାନ ସେବା ଯୋଗାଇ ଚର୍ଚ୍ଚାରେ ଥିବା ସ୍ପାଇସ୍‌ଜେଟ୍‌ , ଜେଟ୍‌ ଏୟାରଓ୍ବେଜର ଶହେ ପାଇଲଟଙ୍କ ସମେତ ପ୍ରାୟ ୫ଶହ କର୍ମଚାରୀଙ୍କୁ ଚାକିରି ଯୋଗାଇ ଦେଇଥିବା ସୂଚନା ମିଳିଛି। ଆଗକୁ ମଧ୍ୟ ସେ ଜେଟ୍‌ ଏୟାରଓ୍ବେଜର ଅଧିକ କର୍ମଚାରୀଙ୍କୁ ନେବ ବୋଲି କହିଛି। କାରଣ ଆଗକୁ ଏହା ଆହୁରି ପାଖାପାଖି ୨୭ଟି ଅଧିକ ବିମାନ ଉଡାଇବାକୁ ଯୋଜନା ରଖିଥିବା ପ୍ରକାଶ କରିଥିଲା। ଏହା ଯେତେଶୀଘ୍ର କାର୍ଯ୍ୟକାରୀ ହେବ ସେତେଶୀଘ୍ର ଜେଟ୍‌ ଏୟାରଓ୍ବେଜର କର୍ମଚାରୀମାନେ ରୋଜଗାରକ୍ଷମ ହୋଇ ପାରିବେ ବୋଲି କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share