Categories: ଜାତୀୟ

ଦୁବାଇରୁ କୋଚିରେ ପହଞ୍ଚିଥିବା ବିମାନର ଟାୟାର ମିଳିଲା ଫଟା, ସମସ୍ତ ଯାତ୍ରୀ ସୁରକ୍ଷିତ

ଥିରୁଭାନନ୍ତପୁରମ୍‌,୫।୭: ଦୁବାଇ-କୋଚିରେ ପହଞ୍ଚିଥିବା ସ୍ପାଇସଜେଟ ବିମାନର ଟାୟାର ଫାଟିଯାଇଥିବା ଦେଖିବାକୁ ମିଳିଛି। ତଥାପି ଏଥିରେ କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସ୍ପାଇସଜେଟର ମୁଖପାତ୍ର କହିଛନ୍ତି ଯେ, ବୋଇଙ୍ଗ ୭୩୭ ବିମାନ ଏସ୍‌ଜି-୧୭ ଦୁବାଇରୁ କୋଚିରେ ପହଞ୍ଚିଛି। ବିମାନ ଉଡ଼ାଣ ପରେ ବିମାନର ଟାୟାର ନମ୍ବର ଦୁଇ ଫାଟିଯାଇଥିବା ଜଣାପଡିଥିଲା। ତଥାପି, ସବୁକିଛି ସ୍ବାଭାବିକ ରହିଥିଲା। ଅବତରଣ ମଧ୍ୟ ସୁରକ୍ଷିତ ଭାବେ ହୋଇଥିଲା।

Share