Categories: ଜାତୀୟ

ସ୍ପାଇସଜେଟର ବଡ ଘୋଷଣା : ଇଏମଆଇରେ କରିପାରିବେ ଯାତ୍ରା

ନୂଆଦିଲ୍ଲୀ,୮।୧୧: ସ୍ପାଇସଜେଟ ବଡ ଘୋଷଣା କରିଛି । ଏଣିକି ଖାଲି ଧନୀ ନୁହେଁ ସାଧାରଣ ଲୋକ ବି ବିମାନରେ ଯାତ୍ରା କରିପାରିବେ। ଏମିତି ଏକ ସୁବିଧା ଏବେ ବିମାନ କମ୍ପାନୀ ସ୍ପାଇସଜେଟ ଆଣିଛି। ବାକିରେ ଟିକେଟ୍‌ ବୁକ୍‌ କରି ଏହାକୁ ଇଏମଆଇ ଦ୍ୱାରା ଭରିପାରିବେ। ଏ ସମ୍ପର୍କରେ ସ୍ପାଇସଜେଟ ପକ୍ଷରୁ ସୋମବାର ଘୋଷଣା କରାଯାଇଛି।

କ୍ରେଡିଟ କାର୍ଡ ମାଧ୍ୟମରେ ଟିକେଟ୍‌ ବୁକ୍‌ କରାଯାଇପାରିବ। କିନ୍ତୁ ବିଳମ୍ବିତ ପେମେଣ୍ଟ ନେଇ ୭୦ ପ୍ରତିଶତ ସୁଧ ମୂଲ୍ୟ ହ୍ରାସ କରାଯବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ବୁକିଂ ସମୟରେ ସମ୍ପୃକ୍ତ ବ୍ୟକ୍ତିର ପରିଚୟ ପତ୍ର ତଥା ପାନ୍‌କାର୍ଡ ଏବଂ ଆଧାରକାର୍ଡ ଜରୁରୀ। ପ୍ରାଥମିକ ପର୍ଯ୍ୟାୟରେ ଆକ୍ସିସ୍‌ ବ୍ୟାଙ୍କ, ଏଚଏସବିସି ବ୍ୟାଙ୍କ, କୋଟାକ୍‌ ବ୍ୟାଙ୍କ, ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କ ଏବଂ ଏସବିଆଇ ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ବୈଧ କରାଯାଇଛି। ପରେ ଅନ୍ୟ ବ୍ୟାଙ୍କଗଡିକୁ ଯୋଡା ଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଦୀର୍ଘ ୧୮ ମାସ ପରେ ସ୍ପାଇସଜେଟ ପକ୍ଷରୁ ସୋମବାର ରାଜଧାନୀ ଦିଲ୍ଲୀର ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରୁ ଉଡାଣ ଆରମ୍ଭ ହୋଇଛି।

Share