Categories: ଜାତୀୟ

୩୭ ହଜାର ଫୁଟ ଉଚ୍ଚରେ ଫାଟିଲା ସ୍ପାଇସ ଜେଟ ବିମାନର ୱିଣ୍ଡସିଲ

ମୁମ୍ବାଇ,୨୯ ।୫: ୩୭ ହଜାର ଫୁଟ ଉଚ୍ଚରେ ଉଡୁଥିବା ବେଳେ ବିମାନ ଝରକାର କାଚ ଫାଟିବା ଘଟଣା ଶୁଣିବା ପରେ ଯେ କୌଣସି ବ୍ୟକ୍ତିଙ୍କ ଲୋମ ଟାଙ୍କୁରି ଉଠିବ ନିଶ୍ଚୟ । ଏମିତି ଏକ ଘଟଣା ଘଟିଛି ମୁମ୍ବାଇରୁ ଗୋରଖପୁର ଯାଉଥିବା ସ୍ପାଇସଜେଟ ବିମାନରେ । ସ୍ପାଇସଜେଟର ବୋଇଂ ୭୩୭ ବିମାନ ମୁମ୍ବାଇରୁ ଗୋରଖପୁର ଯାଉଥିବା ବେଳେ ୩୭ ହଜାର ଫୁଟ ଉପରେ ଉଡୁଥିବା ବେଳେ ବିମାନ ଝରକାରେ ଫାଟ ହୋଇଥିବା ଜଣାପଡିଥିଲା । ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ବିମାନଟିକୁ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରାଇ ଦେଇଥିଲେ । ଏହାପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ଓ ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଥିଲା ।
ବିମାନ କମ୍ପାନୀର ପ୍ରବକ୍ତା ୨୮ ମେ’ରେ ସ୍ପାଇସଜେଟର ବୋଇଂ ୭୩୭ ବିମାନ ମୁମ୍ବାଇରୁ ଗୋରଖପୁର ଯିବାର ଥିଲା । ହେଲେ ଉଡିବା ସମୟରେ ଏହାର ଝରକାରେ କାଚ ଫାଟିବା ଜଣାପଡିବା ପରେ ଏ ସମ୍ପର୍କରେ ବିମାନ ଚଳାଚଳ ନିୟନ୍ତ୍ରକଙ୍କୁ ସୂଚନାଦେବା ପରେ ବିମାନଟିକୁ ସୁରକ୍ଷିତ ଭାବେ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରାଯାଇଥିଲା ।
ସ୍ପାଇସଜେଟର ପ୍ରବକ୍ତା କହିଛନ୍ତି, ବୋଇଂ ୭୩୭ ବିମାନ ଏସଜି-୩୮୫ (ମୁମ୍ବାଇ-ଗୋରଖପୁର) ଯାତ୍ରା କରିବାକୁ ନିର୍ଦ୍ଧାରିତ ଥିଲା । ହେଲେ ଅଧାବାଟରେ ଏହାର ୱିଣ୍ଡସିଲ ଫାଟିଥିବା ଦେଖିବା ପରେ ଏହାର ସୂଚନା ଏଟିସିକୁ ଦେଇ ବିମାନଟିକୁ ମୁମ୍ବାଇ ବିମାନ ବନ୍ଦରରେ ପୁଣି ଅବତରଣ କରାଯାଇଥିଲା ।

Share