ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇଲେ ତାହା କେତେକ ସ୍ବାସ୍ଥ୍ୟଜନିତ ସମସ୍ୟାକୁ ଡାକି ଆଣିଥାଏ। ହେଲେ ଏହି ରୋଗ ସମ୍ପର୍କରେ ନିକଟରେ ୟୁନିଭର୍ସିଟି ଅଫ୍ ଲଣ୍ଡନର ବିଶେଷଜ୍ଞମାନେ ଏକ ନୂଆ ତଥ୍ୟ ଲୋକଲୋଚନକୁ ଆଣିଛନ୍ତି। ଜଣେ ବ୍ୟକ୍ତି ଯଦି ମସଲାଯୁକ୍ତ ଖାଦ୍ୟ ଖାଆନ୍ତି ତେବେ ସେ ଅନେକାଂଶରେ ନିଜକୁ କ୍ୟାନ୍ସରଠାରୁ ଦୂରେଇ ରଖିପାରିବେ ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି ଏହି ୟୁନିଭର୍ସିଟିର ବିଶେଷଜ୍ଞମାନେ। ଏପରି ଖାଦ୍ୟ ସହ ଅଭ୍ୟସ୍ତ କିଛି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଉକ୍ତ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏଭଳି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ପ୍ରାୟ ଅଧିକାଂଶ ସମୟ ସୀମିତ ପରିମାଣର ମସଲାଯୁକ୍ତ ଖାଦ୍ୟ ଖାଉଥିବା କେତେକ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେମାନଙ୍କଠାରେ କ୍ୟାନ୍ସରର କୌଣସି ଲକ୍ଷଣ ସେମାନେ କିଛି ବର୍ଷ ପର୍ଯ୍ୟନ୍ତ ଦେଖିବାକୁ ପାଇ ନ ଥିଲେ।