Posted inଖେଳ

‘ପୁଅରେ, ତୁ ଏବେ ଯାଏ ମୋ ରାଗ ଦେଖିନାହୁଁ’: ଖରାପ ବଲ୍‌ ଫିଙ୍ଗିବାକୁ ନେଇ ଏହି ଖେଳାଳିଙ୍କ ଉପରେ ରାଗି ଯାଇଥିଲେ ଧୋନୀ

ନୂଆଦିଲ୍ଲୀ,୧୭।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ତାଙ୍କର ଶାନ୍ତ ସ୍ବଭାବ ପାଇଁ ସମସ୍ତେ ଜାଣନ୍ତି। ଏହାକୁ ନେଇ ତାଙ୍କୁ କ୍ୟାପଟେନ୍‌ କୁଲ୍‌ ମଧ୍ୟ କୁହାଯାଏ। ପଡ଼ିଆରେ ଥିବା ବେଳେ ଧୋନୀଙ୍କ ଏହି ସ୍ବଭାବ ବିରୋଧୀ ଟିମ୍‌ର ଚିନ୍ତା ବଢ଼ାଇଥାଏ। ହେଲେ କିଛି ଘଟଣା ଏଭଳି ଘଟିଛି ଯେଉଁ ସମୟରେ ଧୋନୀ ପଡ଼ିଆରେ ରାଗି ଯାଇଥିଲେ। ନିକଟରେ କୁଲଦୀପ ଯାଦବ ଏହା ଉପରୁ ପରଦା ହଟାଇଛନ୍ତି।

ଏକଦା କୁଲଦୀପଙ୍କୁ ଧୋନୀଙ୍କଠାରୁ ଗାଳି ଖାଇବାକୁ ପଡ଼ିଥିଲା। ଏକ ସାକ୍ଷାତକାରରେ ସେ ଏ ବିଷୟରେ କହିଛନ୍ତି, ମାହି ଭାଇ କମ୍‌ ରାଗନ୍ତି। ପଡ଼ିଆରେ ଥରେ ତାଙ୍କୁ ରାଗିବା ଦେଖିଥିଲି। ସେତେବେଳେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍‌ ଥିଲା। ଟି-୨୦ ମ୍ୟାଚ୍‌ଟି ଇନ୍ଦୋରରେ ଖେଳାଯାଉଥିଲା। ରୋହିତ ଶର୍ମା ଏଥିରେ ଶତକ କରିଥିଲେ। କୁଶଲ ପରେରା ଖେଳିବା ସମୟରେ ଧୋନୀ କଭର୍ସରୁ ଖେଳାଳି ହଟାଇ ପଏଣ୍ଟରେ ତିନିଜଣଙ୍କୁ ରଖିବାକୁ କହିଥିଲେ। ମୋତେ ଶୁଣାଯାଇ ନ ଥିଲା। ପରେରା ପର ବଲ୍‌ରେ ଚଉକା ମାରିଥିଲେ। ଏହାପରେ ଧୋନୀ ମୋ ପାଖକୁ ଆସି କହିଥିଲେ ମୁଁ ପାଗଳ। ଯିଏ ୩୦୦ ଏକଦୀବସୀୟ ମ୍ୟାଚ୍‌ ଖେଳିସାରିଛି ଏବଂ ତୋତେ ବୁଝାଉଛି ବୋଲି ଧୋନୀ ତାଙ୍କୁ କହିଥିଲେ।

ଏହାଶୁଣି କୁଲଦୀପ ଡ଼ରି ଯାଇଥିଲେ। କ’ଣ ପାଇଁ ଗାଳି ହେଲା ଜାଣି ପାରି ନ ଥିଲେ। ଏନେଇ ତାଙ୍କୁ ସେ ପଚାରିଥିଲେ। ଧୋନୀ କହିଥିଲେ, ଯେତେବେଳେ କିଏ ମୋ କଥା ଶୁଣେନାହିଁ, ମୋତେ ରାଗିବାକୁ ପଡ଼େ। ଏବେ ତୁ ମୋ ରାଗ ଦେଖିନାହୁଁ। ଏହା ଶୁଣି କୁଲଦୀପ ଚୁପ୍‌ ହୋଇଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Ind Vs Pak Match: କେଉଁଠି, କିଭଳି ଦେଖିବେ Freeରେ ଦେଖିବେ ଏହି ମହାମୁକାବିଲା, ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୨: ଭାରତ-ପାକିସ୍ତାନ ମ୍ୟାଚ୍‌ର କ୍ରେଜ୍‌ ପ୍ରଶଂସକଙ୍କ ମଧ୍ୟରେ ଜୋରଦାର ରହିଥାଏ। ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ପରେ ଭାରତ ସରକାର କୌଣସି ଭାରତ-ପାକିସ୍ତାନ ସିରିଜ ଆୟୋଜନ ଉପରେ...

Ind Vs Pak ମହାମୁକାବିଲା ପୂର୍ବରୁ IIT ବାବାଙ୍କ ବଡ଼ ଭବିଷ୍ୟବାଣୀ, କିଏ ଜିତିବ ଶୁଣି ପ୍ରଶଂସକଙ୍କୁ ଲାଗିଲା ଝଟ୍‌କା,Video

ନୂଆଦିଲ୍ଲୀ,୨୨।୨: ମହାକୁମ୍ଭରୁ ପ୍ରସିଦ୍ଧ ହୋଇଥିବା ଆଇଆଇଟି ବାବା ଏବେ ଇଣ୍ଟରନେଟ ସେନସେଶନ ପାଲଟିଛନ୍ତି। ତାଙ୍କର ସାକ୍ଷାତକାର ଏବଂ ପଡ୍‌କାଷ୍ଟର ଭିଡିଓ ପ୍ରତିଦିନ ଇଣ୍ଟରନେଟରେ ଭାଇରାଲ ହେଉଛି।...

ଐତିହାସିକ ବିଜୟ ଦେବା ହେଲମେଟକୁ କରାଯିବ ଫ୍ରେମ

ନୂଆଦିଲ୍ଲୀ,୨୨।୨: ୭୪ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ, କେରଳ ଦଳ ରଣଜୀ ଟ୍ରଫିର ଫାଇନାଲରେ ପହଞ୍ଚିଲା। ଫାଇନାଲରେ କେରଳ ବିଦର୍ଭ ସହିତ ମୁକାବିଲା କରିବ। କେରଳକୁ...

Champions Trophy 2025: ପାକିସ୍ତାନର ସ୍ବପ୍ନ ଭାଙ୍ଗିଦେବେ ୫ ଭାରତୀୟ ଖେଳାଳି!

ନୂଆଦିଲ୍ଲୀ,୨୨।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ କ୍ରିକେଟ ଦଳକ୬୦ ରନରେ ପରାସ୍ତ କରିଥିଲା। ଏବେ ପାକିସ୍ତାନ ଦଳ ରବିବାର ଭାରତୀୟ...

ଡ୍ରାଭିଡ ଖେଳୁଛନ୍ତି ପୁଅଙ୍କ ସହ

ବେଙ୍ଗାଲୁରୁ,୨୨ା୨: ଭାରତର ପୂର୍ବତନ ଅଧିନାୟକ ତଥା କୋଚ୍‌ ରାହୁଲ ଡ୍ରାଭିଡ ଶନିବାର ତାଙ୍କ ପୁଅ ଅନଭୟଙ୍କ ସହିତ ବିଜୟା କ୍ରିକେଟ କ୍ଲବ (ମାଲୁର) ପାଇଁ ତୃତୀୟସ୍ତରର...

ସ୍ପିନ୍‌ ଉପରେ କୋହଲିଙ୍କ ଫୋକସ

ଦୁବାଇ,୨୨ା୨: ଭାରତୀୟ ସୁପରଷ୍ଟାର ବିରାଟ କୋହଲି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ଲାଗି ନେଟ୍ସରେ ଝାଳବୁହା ପରିଶ୍ରମ କରିଛନ୍ତି। ଦଳ ଲାଗି ଧାର୍ଯ୍ୟ...

IND Vs PAK ମ୍ୟାଚ୍‌ ପୂର୍ବରୁ ହଠାତ୍‌ ଅସୁସ୍ଥ ହୋଇଗଲେ ଟିମ୍‌ ଇଣ୍ଡିଆର ଏହି ଷ୍ଟାର ଖେଳାଳି, ଅଡ଼ୁଆରେ ଫସି ଯାଇପାରେ…

ନୂଆଦିଲ୍ଲୀ,୨୨।୨: ୨୩ ଫେବୃଆରୀ ରବିବାର ଦୁବାଇରେ ସବୁଠାରୁ ବଡ଼ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ...

ହାବଭାବ ଦେଖି ପାକିସ୍ତାନ ଛାନିଆ! ୯୦ ମିନିଟ୍‌ ଆଗରୁ ନେଟ୍ସରେ ପହଞ୍ଚି ଚମକାଇଲେ କିଙ୍ଗ୍‌ କୋହଲି

ଦୁବାଇ,୨୨।୨: କଥାରେ ଅଛି ଯଦି ତୁମେ କିଛି କରିବା ଲାଗି ନିଶ୍ଚିତ କରିନିଅ ତେବେ କିଛି ବି କଷ୍ଟକର ନୁହେଁ। ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image