Categories: ଜାତୀୟ

ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକଙ୍କୁ ସ୍ପିନୋଜା ପୁରସ୍କାର

ନୂଆଦିଲ୍ଲୀ,୮ା୬: ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଜୋୟିତା ଗୁପ୍ତାଙ୍କୁ ନେଦରଲାଣ୍ଡ୍ସ ସରକାର ସ୍ପିନୋଜା ପୁରସ୍କାର ପ୍ରଦାନ କରିଛନ୍ତି। ନେଦରଲାଣ୍ଡ୍ସର ବିଜ୍ଞାନ କ୍ଷେତ୍ରରେ ଏହାକୁ ସର୍ବୋଚ୍ଚ ସମ୍ମାନ ‘ଡଚ୍‌ ନୋବେଲ ପ୍ରାଇଜ୍‌’ ଭାବେ ବିବେଚନା କରାଯାଏ। ୟୁନିଭର୍ସିଟି ଅଫ୍‌ ଆମଷ୍ଟରଡାମ୍‌ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଜୋୟିତାଙ୍କୁ ତାଙ୍କ ବୈଜ୍ଞାନିକ ଗବେଷଣା ପାଇଁ ଅକ୍ଟୋବର ୪ରେ ଏହି ସମ୍ମାନ ଦିଆଯିବ। ପୁରସ୍କାର ବାବଦକୁ ସେ ୧.୫ ନିୟୁତ ୟୁରୋ ପାଇବେ, ଯାହାକୁ ନିଜ ବୈଜ୍ଞାନିକ ଗବେଷଣାରେ ବିନିଯୋଗ କରିବେ। ପ୍ରଫେସର ଜୋୟିତା ଉକ୍ତ ବିଶ୍ୱବିଦ୍ୟାଳୟର ଏନ୍‌ଭାଇରନମେଣ୍ଟ ଆଣ୍ଡ ଡେଭେଲପ୍‌ମେଣ୍ଟ ଇନ୍‌ ଦି ଗ୍ଲୋବାଲ ସାଉଥ୍‌ରେ ଅଧ୍ୟାପନା କରୁଛନ୍ତି। ଆର୍ଥ କମିଶନ୍‌ର ମଧ୍ୟ ସେ ଉପାଧ୍ୟକ୍ଷା ଅଛନ୍ତି।

 

Share