ଭୁବନେଶ୍ୱର,୨୨।୭: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ଏହି ଅବସରରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ରଖିିଛନ୍ତି। ତାଙ୍କ ଅଭିଭାଷଣରେ କ୍ରୀଡ଼ାକୁ ଗୁରୁତ୍ୱ ଦେଇ ସେ କହିଛନ୍ତ ମୋ ସରକାର ଏକ ନୂତନ କ୍ରୀଡ଼ା ନୀତି ଆରମ୍ଭ କରିବାକୁ ଯାଉଛନ୍ତି। ଗ୍ରାମସ୍ତରରେ କ୍ରୀଡ଼ା ପରିବେଶ ସୃଷ୍ଟି ପାଇଁ ଭିତ୍ତିଭୂମି ଉପରେ ଦୃଷ୍ଟି ଦିଆଯିବ ଏହା ସହ କ୍ରୀଡ଼ାବିତ୍ଙ୍କୁ ପ୍ରଶିକ୍ଷଣ ପାଇଁ କ୍ରୀଡ଼ା ଏକାଡେମୀ ଓ ନର୍ସରୀ ପ୍ରତିଷ୍ଠା ହେବ। ୮ରୁ ୧୭ ବର୍ଷ ବୟସର ଆଥଲେଟଙ୍କୁ ପ୍ରଶିକ୍ଷଣ ଦେବାକୁ ଏକାଡେମୀ ହେବ। ଅନ୍ୟପକ୍ଷେ ଅବସରପ୍ରାପ୍ତ କ୍ରୀଡ଼ାବିତ୍ଙ୍କୁ ପ୍ରଶିକ୍ଷକ ଓ ଅମ୍ପାୟାର ଭାବେ ବୃତ୍ତି ସୁଯୋଗ ମିଳିବ।