Categories: ଖେଳ

ଭିନ୍ନକ୍ଷମ ଦିବସରେ କ୍ରୀଡ଼ା ପ୍ରତିଯୋଗିତା

ଭୁବନେଶ୍ୱର, ୪ା୧୨ (ବିଜୟ ରଣା): ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ଦୁଇ ଦିନ ଧରି ଦୂତୀଚାନ୍ଦ ଇନ୍‌ଡୋର ଷ୍ଟାଡିୟମରେ ଏକ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ସ୍ବତନ୍ତ୍ର ବିଦ୍ୟାଳୟ ତଥା ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକରୁ ପ୍ରାୟ ୨୦୦ ଦୃଷ୍ଟିବାଧିତ, ଶ୍ରବଣବାଧିତ, ସେରେବ୍ରାଲ୍‌ ପାଲ୍‌ସି ଓ ଅଟିଜିମ୍‌ଗ୍ରସ୍ତ ତଥା ମାନସିକ ଅନଗ୍ରସର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଏଥିରେ ବିଭିନ୍ନ ବର୍ଗରେ ୧୦୦ ମିଟର ଓ ୨୦୦ ମିଟର ଦୌଡ଼, ଉଚ୍ଚଡିଆଁ, ଲମ୍ବଡିଆଁ, ଶଟ୍‌ଫୁଟ୍‌ ଥ୍ରୋ ସାଙ୍ଗକୁ ହ୍ବିଲଚେୟାର ରେସ୍‌ ଓ ସଫ୍ଟ ବଲ୍‌ ଥ୍ରୋ ସମେତ ଅନ୍ୟ ବହୁ କ୍ରୀଡ଼ା ପ୍ରତିଯୋଗିତ ହୋଇଥିଲା। ଶେଷରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଦିଲୀପ କୁମାର ରାୟ ଓ ନିର୍ଦ୍ଦେଶକ ନିୟତି ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି କୃତି ପ୍ରତିଯୋଗୀଙ୍କୁ ଅର୍ଥରାଶି ସହ ପ୍ରଶଂସାପତ୍ର ବିତରଣ କରିଥିଲେ। ବିଭାଗ ପକ୍ଷରୁ ନିଶିକାନ୍ତ ଟେଟେ ଓ କବିତାଶ୍ରୀ ଅମାତ ପ୍ରତିଯୋଗିତା ପରିଚାଳନା କରିଥିଲେ।

Share