କୋଭିଡ କେୟାର ସେଣ୍ଟରରେ ପରିଣତ ହେବ ସ୍ପୋର୍ଟସ୍‌ କମ୍ଲେକ୍ସ

ମୁମ୍ବାଇ,୨୯।୬: ମହାରାଷ୍ଟ୍ର ଔରାଙ୍ଗାବାଦ ସହରରେ ଲଗାତାର ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ ଥିବା ସ୍ପୋର୍ଟସ୍‌ କମ୍ପ୍ଲେକ୍ସକୁ କୋଭିଡ କେୟାର ସେଣ୍ଟର କରିବାକୁ ମ୍ୟୁନସିପାଲିଟି ନିଷ୍ପତ୍ତି ନେଇଛି। ସହରର ଗାରଖେଡା ଅଞ୍ଚଳରେ ୨୮ଏକର ଜମିରେ ତିଆରି ହୋଇଥିବା ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ହେଉଛି ମରାଠାଓ୍ବାଡା କ୍ଷେତ୍ରର ସବୁଠାରୁ ବଡ଼ ଖେଳ କେନ୍ଦ୍ର ମଧ୍ୟରୁ ଗୋଟିଏ। କରୋନା ରୋଗୀଙ୍କ ପାଇଁ ଏଠାରେ ପ୍ରାୟ ୩୦୦ଶର୍ଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରାଯିବ। ଖୁବ୍‌ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ମ୍ୟୁନସିପାଲିଟି ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଔରାଙ୍ଗାବାଦରେ ସୋମବାର ସକାଳେ ୨୦୨ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ୫,୨୩୯ରେ ପହଞ୍ଚିଛି। ସେଥିମଧ୍ୟରୁ ୨୪୭ଜଣଙ୍କ ମୃତ୍ୟୁ ଘଟିସାରିଛି।

Share