Categories: ଖେଳ

Video: ଲଗାତର ପରାଜୟ ପରେ ଶିବଙ୍କ ଶରଣରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, କଲେ ପୂଜାର୍ଚ୍ଚନା

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଲଗାତାର ଭାବେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛି। ଏଯାବତ ଦଳ ଖେଳିଥିବା ୩ଟି ମ୍ୟାଚ୍‌ରେ ପରାଜିତ ହୋଇଛି। ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱ ନେଉଥିବା ବେଳେ ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡ଼ୁଛି। ଲଗାତାର ପରାଜୟକୁ ନେଇ ଚାପ ବଢ଼ୁଥିବାରୁ ପାଣ୍ଡ୍ୟା ମହାକାଳଙ୍କ ଶରଣରେ ପହଞ୍ଚିଛନ୍ତି।

ପାଣ୍ଡ୍ୟା ଗୁଜରାଟର ପ୍ରଭାସ ପାଟନରେ ପ୍ରସିଦ୍ଧ ସୋମନାଥ ମନ୍ଦିରରେ ପହଞ୍ଚିଥିଲେ। ଏହାର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ପାଣ୍ଡ୍ୟା ପାରମ୍ପରିକ ପୋଷାକ ପିନ୍ଧି ପୂଜା କରୁଥିବା ଏବଂ ପ୍ରାର୍ଥନା କରୁଥିବା ଦେଖାଯାଇଛି। ତେବେ ସୋମନାଥ ମନ୍ଦିର ଭଗବାନ ଶିବଙ୍କ ୧୨ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଗୋଟିଏ ହୋଇଥିବାରୁ ଧାର୍ମିକ ମହତ୍ତ୍ୱ ରହିଛି। ଏଠାରେ ପ୍ରତିବର୍ଷ ଭକ୍ତଙ୍କ ଗହଳି ଦେଖାଯାଇଥାଏ।

Share