Posted inଖେଳ

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗତ ୧୬ ସିଜନ୍‌ରେ ଗୋଟିଏ ବି ଥର ଟାଇଟଲ ଜିତି ନ ଥିଲେ ହେଁ ଦଳର ଲୋକପ୍ରିୟତା କାହାଠୁ କମ୍‌ ନୁହେଁ। ବିରାଟ କୋହଲି, କ୍ରିସ ଗେଲ୍‌ ଏବଂ ଏ ବି ଡିଭିଲିୟର୍ସଙ୍କ ଭଳି ଖେଳାଳିଙ୍କ ଯୋଗୁ ଫ୍ରାଞ୍ଚାଇଜର ପ୍ରଶଂସକଙ୍କ ସଂଖ୍ୟା ଅଧିକ। ଦଳ ୩ ଥର ଫାଇନାଲରେ ପହଞ୍ଚିଥିଲେ ହେଁ ଟାଇଟଲ ଜିତିପାରି ନାହିଁ। ସେଥିରୁ ଗୋଟିଏ ଫାଇନାଲ ଥିଲା ଯେଉଁଠି ଆର୍‌ସିବି ଚାମ୍ପିୟନ ହୋଇଯାଇଥାନ୍ତା, ହେଲେ ଅନିଲ କୁମ୍ବଲେଙ୍କ ଗୋଟିଏ କଥା ରବିନ ଉଥପ୍ପାା ଅଣଦେଖା କରିବା ଯୋଗୁ ତାହା ହୋଇପାରି ନ ଥିଲା।

୨୦୦୯ ଆଇପିଏଲ୍‌ ଫାଇନାଲ ବେଳର କଥା। ସେତେବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପୂର୍ବ ଟିମ୍‌ ଡେକାନ୍‌ ଚାର୍ଜର୍ସ ମଧ୍ୟରେ ଫାଇନାଲ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଡେକାନ୍‌ ଚାର୍ଜର୍ସ ୧୪୩ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ଉତ୍କୃଷ୍ଟ ଥିବା ପିଚ୍‌ରେ ଆର୍‌ସିବି ଛୋଟ ଟାର୍ଗେଟ ହାସଲ କରିପାରିଥାନ୍ତା। ହେଲେ ତାହା ହୋଇ ନ ଥିଲା। ଏବେ ମ୍ୟାଚ୍‌କୁ ନେଇ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେ କିଛି କଥା ଉପରୁ ପରଦା ଉଠାଇଛନ୍ତି।

ଉକ୍ତ ମୁକାବିଲାରେ ଅନେକ କିଛି ସ୍ମୃତି ରହିଛି ଯାହାକୁ ଭୁଲିବା କଷ୍ଟକର। ସୁଯୋଗ ମିଳିଥିଲା। ହେଲେ ତାର ଫାଇଦା ଉଠାଇ ପାରି ନ ଥିଲୁ। କିଛି ଖେଳାଳି କ୍ୟାଚ୍‌ ଛାଡ଼ିଥିଲେ। ବୋଲର୍‌ମାନେ ଓ୍ବାଇଡ୍‌ ଏବଂ ନୋ ବଲ୍‌ ପକାଇଥିଲେ। ବିଶେଷକରି ପ୍ରବୀଣ କୁମାରଙ୍କ ୫ ଓ୍ବାଇଡ୍‌ ବଲ୍‌ ପରାଜୟର ବଡ଼ କାରଣ ପାଲଟିଥିଲା। ଅନ୍ତିମ ସମୟରେ ଦଳକୁ ଜିତିବାକୁ ୧୫ ରନ୍‌ର ଆବଶ୍ୟକତା ଥିଲା। ସେତେବେଳେ ସେ ରବିନଙ୍କୁ କିଛି ପରାମର୍ଶ ଦେଇଥିଲେ। ହେଲେ ଉଥପ୍ପା ତାଙ୍କ କଥା ଶୁଣି ନ ଥିଲେ। ଆର୍‌ ପି ସିଂ ବୋଲିଂ କରୁଥିଲେ। କୁମ୍ବଲେ ପ୍ରଥମ ବଲ୍‌ରେ ୧ ରନ୍‌ ନେଇ ଉତ୍ଥପାଙ୍କୁ ଷ୍ଟ୍ରାଇକ୍‌ ଦେଇଥିଲେ। ପର ଦୁଇ ବଲ୍‌ରେ ଉତ୍ଥପା କୌଣସି ରନ କରିପାରି ନ ଥିଲେ। ଏବେ ବି ଯେବେ ଉଥପ୍ପାଙ୍କୁ ସେ ଦେଖନ୍ତି ସବୁବେଳେ ଗୋଟିଏ କଥା ପଚାରନ୍ତି। ଛକା ମାରିଥାନ୍ତ ନଚେତ ମୋତେ ଷ୍ଟାଇକ୍‌ ଦେଇଥାନ୍ତ, ତାହେଲେ ଆମେ ବି ଚାମ୍ପିୟନ ହୋଇଥାନ୍ତେ।

ଏହାଛଡ଼ା କୁମ୍ବଲେ ଅନ୍ୟ ଏକ ଘଟଣାକ୍ରମ ବିଷୟରେ କହିଛନ୍ତି, ବାରମ୍ବାର ଉଥପ୍ପାଙ୍କୁ ସ୍କୁପ୍‌ ଶଟ୍‌ ଖେଳିବ ନାହିଁ ବୋଲି ସେ ପରାମର୍ଶ ଦେଇଥିଲେ। ହେଲେ ସେ ସେଭଳି ଶଟ୍‌ ମାରିଚାଲିଥିଲେ। ଫଳରେ ରନ୍‌ କରିବାରେ ସଫଳ ହୋଇପାରୁ ନ ଥିଲେ। ଛକା ମାର ବୋଲି ପରବର୍ତ୍ତୀ ସମୟରେ କୁମ୍ବଲେ କହିଥିଲେ। ହେଲେ ଉଥପ୍ପା ପୁନର୍ବାର ସେହିଭଳି ଶଟ୍‌ ଖେଳି କୁମ୍ବଲେଙ୍କୁ ରଗାଇ ଦେଇଥିଲେ। ପରେ ତାଙ୍କୁ ଷ୍ଟାଇକ୍‌ ଦେବାକୁ କହିବା ସହ ସେ ଛକା ମାରିବାକୁ ଚେଷ୍ଟା କରିବେ ବୋଲି କୁମ୍ବଲେ କହିଥିଲେ। ହେଲେ ତାହା ହୋଇପାରି ନ ଥିଲା। ଦଳ ମ୍ୟାଚ୍‌କୁ ୬ରନ୍‌ରେ ହାରିଯାଇଥିଲା।

ଚଳିତ ବର୍ଷ ମଧ୍ୟ ଆଇପିଏଲ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛି ଆର୍‌ସିବି। ଏଣୁ ଏଥର ମଧ୍ୟ ଟାଇଟଲ ଯାଏ ପହଞ୍ଚିବା ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri